ଆନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଲେ ଯୁବରାଜ

ମୁମ୍ବାଇ, ୧୦ /୦୬ (ଗ୍ରାଇଣ୍ଡଜିରୋଲାଇଭ୍):
ଆନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଲେ ଯୁବରାଜ । ସେ ଆଜି ଏକ ପ୍ରେସମିଟ୍ ଡକାଇ ଅବସର ବିଷୟରେ ଘୋଷଣା କରିଛନ୍ତି । ୨୦୧୧ ବିଶ୍ୱକପ ଓ ୨୦୦୭ ଟି-ଟ୍ୱେଣ୍ଟି କ୍ରିକେଟ ବିଶ୍ୱକପରେ ହିରୋ ସାଜିଥିବା ଯୁବରାଜ ସିଂହ ଆଜି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ୨୦୧୯ ବିଶ୍ୱକପ ଖେଳିବାକୁ ସେ ଚାହୁଁଥିଲେ । କିନ୍ତୁ କିଛି କାରଣରୁ ସେ ଖେଳିପରିଲେ ନାହିଁ ଏବଂ ସ୍ୱପ୍ନ ପୂରଣ କରି ପାରିଲେ ନାହିଁ ବୋଲି କହିଛନ୍ତି । ୨୦୦୩ରୁ ୨୦୧୭ ଭିତରେ ସେ ଭାରତ ପାଇଁ ମୋଟ ୩୦୪ଟି ଦିନିକିଆ, ୪୦ଟି ଟେଷ୍ଟ ଓ ୫୮ଟି ଟି-ଟୋ୍ୱଣ୍ଟି ମ୍ୟାଚ ଖେଳିଥିଲେ । ୨୦୦୭ରେ ଖେଳାଯାଇଥିବା ପ୍ରଥମ ଟି-20 ଭାରତ ବିଜୟୀ ହୋଇଥିଲା । ଆଉ ଏଥିରେ ତାଙ୍କର ବଡ ଭୂମିକା ଥିଲା । ଇଂଲଣ୍ଡ ବିପକ୍ଷରେ ଏହି ମ୍ୟାଚ୍ ଖେଳି ୬ଟି ବଲ୍ ୬ଟି ରେ ଛକା ମାରି ବେସ୍ ଚର୍ଚ୍ଚାରେ ଥିଲେ । ୨୦୧୧ ବିଶ୍ୱକପ୍ ରେ ସେ ୪ ଥର ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହେବା ସହ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ୍ ହୋଇଥିଲେ । ବିଶ୍ୱକପ ପରେ ଯୁବରାଜ କ୍ୟାନ୍ସରରେ ପିଡିତ ହୋଇ ଚିକିତ୍ସା ପାଇଁ ବିଦେଶ ଯାଇଥିଲେ । ୨୦୧୪ରେ ଆଇପିଏଲ୍ ମ୍ୟାଚ୍ ପାଇଁ ଆର୍ସିବି ୧୪ କୋଟି ଟଙ୍କା ଦେଇ ତାଙ୍କୁ କିଣିଥିଲା । ତାପରେ ଦିଲ୍ଲୀ କୃାପିଟାଲ୍ସ ୧୬ କୋଟି ଟଙ୍କାରେ କିଣିଥିଲା । ୨୦୧୬ରେ ହାଇଦ୍ରାବାଦ ତାଙ୍କୁ ୭କୋଟି ଦେଇ କଣିଥିଲା । ୨୦୧୨ରେ ଭାରତ ସରକାର ତାଙ୍କୁ ଅର୍ଜୁୁନ ପୂରସ୍କାରରେ ସମ୍ମାନିତ କରିଥିଲେ । ୨୦୧୪ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନ୍ତରାର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ଆଇସିସି ମାନ୍ୟତା ପ୍ରାପ୍ତ ବିଦେଶୀ ଟି-୨୦ ଲିଗରେ ଖେଳିବାକୁ ଚାହୁଛନ୍ତ ବୋଲିି ଦର୍ଶାଇଛନ୍ତି । ୨୦୧୯ ବିଶ୍ୱକପ୍ରେ ସେ ଖେଳିବାକୁ ତାଙ୍କର ବହୁତ ଉଚ୍ଛାଥିଲା କିନ୍ତୁ ଖରାପ ଫର୍ମ ଓ ଅସୁସ୍ଥ ଥିବା ହେତୁ ତାଙ୍କ ବିଶ୍ୱକପ୍ ଖେଳିବା ସ୍ୱପ୍ନ ଅଧୁରା ରହିଗଲା ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *