ବିଶ୍ୱକପରେ ଭାରତର ବିଜୟ ଧାରା ଜାରି

ମାଂଚେଷ୍ଟର, , ୨୮/୦୬(ଗ୍ରାଉଣ୍ଡଜିରୋଲାଇଭ):
ମାଂଚେଷ୍ଟରରେ ପୁଣି ଚମକିଲା ଭାରତ । ଗୋଟିଏ ପରେ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଚାଲିଛି ଭାରତ । ଗତକାଲି ବିଶ୍ୱକପରେ ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରିଛି ଭାରତ । ଏହା ୱେଷ୍ଟଇଣ୍ଡିଜର ବିଶ୍ୱକପରେ ୫ମ ପରାଜୟ । ଟଚ୍ ଜିତି ପ୍ରଥମେ ଭାରତ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଓଭର ଶେଷ ସୁଧା ଦଳ ୭ ୱିକେଟ ହରାଇ ୨୬୮ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୨ ରନ୍ କରିଥିବା ବେଳେ ଧୋନି ଅପରାଜିତ ୫୬ ରନ, ହାର୍ଦିକ ୪୬ ରନ କରିଥିଲେ । ଦଳ ପକ୍ଷରୁ ମହମ୍ମଦ ସାମୀଙ୍କୁ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ବୁମରା ୨ଟି, ଚହଲ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଭାରତୀୟ ଦଳର ବିସ୍ଫୋରକ ବୋଲିଂ ଫଳରେ ୱେଷ୍ଟଇଣ୍ଡିଜର ଖେଳାଳି ମାନେ ପିଚରେ ଅଧିକ ସମୟ ରହିନପାରି ୩୪.୨ ଓଭରରେ ୧୪୩ ରନ କରି ଅଲଆଉଟ୍ ହୋଇଯାଇଥିଲେ । ୬ଷ୍ଠ ମ୍ୟାଚରେ ୫ମ ବିଜୟ ପରେ ଭାରତୀୟ ଦଳ ୧୧ ପଏଣ୍ଟ ପାଇ ସେମିଫାଇନାଲର ଖୁବ୍ ନିକଟତର ହୋଇଥିବା ବେଳେ, ସେମିଫାଇନାଲର ଦୈଡରୁ ବାଦ୍ ପଡିସାରିଥିବା ୱୋଷ୍ଟଇଣ୍ଡିଜ୍ ଦଳ ୭ମ ମ୍ୟାଚରେ ୫ମ ପରାଜୟ ବରଣ କରିଛି ।

Leave a Reply

Your email address will not be published. Required fields are marked *