ମଡେଲ ମେଘା କାହିଁକି ଖୋଲିଲେ ଡ୍ରେସ ଦେଖନ୍ତୁ ପୁରା ଭିଡିଓ…

ମୁମ୍ବାଇ, ୩୦/୧୦(ଗ୍ରାଉଣ୍ଡଜିରୋ ଲାଇଭ) :
ଡେଲ ମେଘା ଶର୍ମାଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ମେଘା ମୁମ୍ବାଇର ଲୋଖଣ୍ଡୱାଲା କମ୍ପ୍ଲେକ୍ସର ଏକ ଫ୍ଲାଟରେ ରୁହନ୍ତି | ଗତ ୨୫ ଅକ୍ଟୋବରର ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଏହିଦିନ ସଂପୃକ୍ତ ମଡେଲ ମାତାଲ ହୋଇ ପ୍ଲାଟ ତଳକୁ ଆସି ଚୌକିଦାରକୁ ସିଗାରେଟ ଆଣିବାକୁ କହିଥିଲେ । ଆଉ ଚୌକିଦାର ସିଗାରେଟ ଆଣିବାକୁ ମନାକରିଦେବା ପରେ ତାଙ୍କୁ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ସୂଚନାନୁଯାୟୀ, ମେଘା ଅରୁଣଙ୍କ ନାଁରେ ମାମଲା ରୁଜ୍ଜୁ କରିବାକୁ ମନା କରିଦେଇଥିଲେ । ତେବେ ମେଘାଙ୍କ ନାଁରେ ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୨୩, ୫୦୬ ଏବଂ ୫୦୯ରେ ଏକ ମାମଲା ରୁଜ୍ଜୁ ହୋଇଛି ବୋଲି କହିଛନ୍ତି ଡିସିପି ସନ୍ଦୀପ ଭାକରେ ।

https://www.facebook.com/megha.sharma.3348/videos/2150301411689389/

ସୂଚନାନୁସାରେ, ଅକ୍ଟୋବର ୨୫ ତାରିଖ ରାତିରେ ମେଘା ବିଲଡିଂର ସିକ୍ୟୁରିଟି ଗାର୍ଡ ଅରୁଣଙ୍କୁ ସିଗାରେଟ ଆଣିବାକୁ କହିଥିଲେ । କିନ୍ତୁ ଅରୁଣ ସିଗାରେଟ ଆଣିବାକୁ ମନା କରିଦେଇଥିଲେ । ଫଳରେ ମେଘା ଉତକ୍ଷିପ୍ତ ହୋଇ ଅରୁଣଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ  । କେବଳ ସେତିକି ନୁହେଁ ସେ ଏହି ସୁରକ୍ଷା କର୍ମୀଙ୍କୁ ଚାପୁଡା ମଧ୍ୟ ମାରିଥିଲେ । ହେଲେ ଅରୁଣ ପୋଲିସକୁ ଖବର କରିଥିଲେ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲା । ପୋଲିସକୁ ଦେଖି ମେଘା ଲିଫ୍ଟରେ ନିଜ ଫ୍ଲାଟକୁ ଚାଲିଯିବାକୁ ବସିଥିଲେ । ଫଳରେ ଅରୁଣ ଲିଫ୍ଟର ସୁଇଟକୁ ଟିପି ଲିଫ୍ଟକୁ ଅଟକାଇଥିଲେ । ମେଘା କିନ୍ତୁ ଲିଫ୍ଟ ଭିତରୁ ପଦାକୁ ବାହାରିନଥିଲେ । ସେ ଯେତେଥର ନିଜ ଫ୍ଲୋରକୁ ଯିବା ପାଇଁ ସୁଇଚ ଟିପୁଥିଲେ ଅରୁଣ ସେତେଥର ସୁଇଚ ଟିପି ଲିଫ୍ଟକୁ ଅଟକାଉଥିଲେ ।
ପୋଲିସ ଉପସ୍ଥିତିରେ ଏହିଭଳି ଅଭାବନୀୟ ଘଟଣା ଘଟୁଥିବାବେଳେ ଫ୍ଲାଟର ଅନ୍ୟ ଲୋକମାନେ ମଧ୍ୟ ସେଠାରେ ରୁଣ୍ଡ ହେବାରେ ଲାଗିଥିଲେ । ସିକ୍ୟୁରିଟି ଗାର୍ଡ ଅରୁଣ ଓ ପୋଲିସକୁ ମେଘା ଯାହା ତାହା କହିବାରେ ଲାଗିଥିଲେ । ତେବେ ଶେଷରେ ଅତିଷ୍ଟ ହୋଇ ପୋଲିସଠାରୁ ରକ୍ଷାପାଇବା ପାଇଁ ମେଘା ନିଜ ଡ୍ରେସ ମଧ୍ୟ ଖୋଲିଦେଇଥିଲେ । ପୋଲିସ କାହିଁକି ଏଭଳି ଅସଭ୍ୟ ଆଚରଣ କରୁଛନ୍ତି ବୋଲି ମେଘାଙ୍କୁ ପଚାରିଥିଲେ ମଧ୍ୟ ସେ କିଛି ଶୁଣିନଥିଲେ । କେବଳ ଅନ୍ତଃବସ୍ତ୍ର ପରିହିତା ମେଘା ଲିଫ୍ଟ ଭିତରୁ ବାହାରି ସିକ୍ୟୁରିଟି ଗାର୍ଡ ଅରୁଣଙ୍କୁ ଆକ୍ରମଣ କରିଥିଲେ । ପୋଲିସ ଉପସ୍ଥିତିରେ ମେଘାଙ୍କ ଏଭଳିକାଣ୍ଡର ଭିଡିଓ ସୁଟିଂ ବି କେହିଜଣେ କରିଥିଲା । କିନ୍ତୁ ପୋଲିସ ଏହାକୁ ଅଟକାଇନଥିଲା । ସେହିଭଳି ଜଣେ ମହିଳାଙ୍କ ସମ୍ପର୍କରେ ତଦନ୍ତ କରିବାକୁ ଯାଇଥିବା ପୋଲିସ ସାଂଗରେ କାହିଁକି ମହିଳା ପୋଲିସ ନେଇନଥିଲା ଏବଂ ସର୍ବୋପରି ଅରୁଣ ବାରମ୍ବାର ଲିଫ୍ଟର ସୁଇଟ ବନ୍ଦ କରୁଥିଲେ ମଧ୍ୟ ପୋଲିସ କାହିଁକି ହସ୍ତକ୍ଷେପ କରିନଥିଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମେଘାଙ୍କର ଏହିଭଳି ୩ଟି ଭିଡିଓ ଭାଇରାଲ ହୋଇଛି ।

https://youtu.be/hLPVhf2YIA0

 

Leave a Reply

Your email address will not be published. Required fields are marked *