‘ସଡକ 2’ ଫିଲ୍ମର ସୁଟିଂ ବେଳେ କାହିଁକି କାନ୍ଦିଲେ ସଂଜୟ ଓ ମହେଶ

 

ମୁମ୍ବାଇ, 11/06(ଗ୍ରାଉଣ୍ଡଜିରୋଲାଇଭ): ବଲିଉଡର ଚର୍ଚ୍ଚିତ ଅଭିନେତା ସଂଜୟ ଦତ୍ତ ଓ ପ୍ରସିଦ୍ଧ ଫିଲ୍ମମେକର ମହେଶ ଭଟ୍ଟ ଏକ ଲମ୍ୱା ସମୟ ବ୍ୟବଧାନ ପରେ ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି ‘ସଡକ 2’ ଫିଲ୍ମରେ । ଏହି ଫିଲ୍ମଟି ସଂଜୟ ଦତ୍ତ ଓ ପୂଜା ଭଟ୍ଟଙ୍କ ଦ୍ୱାରା ଅଭିନୀତ 1991ରେ ରିଲିଜ ହୋଇଥିବା ସୁପରହିଟ ରୋମାଣ୍ଟିକ ଫିଲ୍ମ ‘ସଡକ’ର ସିକ୍ୱେଲ । ଯାହାର କାହାଣୀ ଏକ ଟ୍ୟାକ୍ସି ଡ୍ରାଇଭର ଓ ବେଶ୍ୟାବୃତ୍ତି କରିବା ପାଇଁ ବାଧ୍ୟ କରାଯାଇଥିବା ଜଣେ ନାରୀଙ୍କ ପ୍ରେମ ଉପରେ ଆଧାରିତ । ଫିଲ୍ମର ସୁଟିଙ୍ଗ ଏବେ ଆରମ୍ଭ ହୋଇଯାଇଛି । ‘ସଡକ 2’ ଏହି ବର୍ଷ ନଭେମ୍ୱରରେ ରିଲିଜ ହୋଇପାରେ । ଏହାର କାହାଣୀ ମୁଖ୍ୟତଃ ଡିପ୍ରେସନର ସମସ୍ୟା ଓ ପ୍ରେମ ଉପରେ ଆଧାରିତ ଏକ ଡ୍ରାମାଭିତ୍ତିକ ଫିଲ୍ମ। ସୁଟିଙ୍ଗର ପ୍ରଥମ ଦିନ ସଂଜୟ ଦତ୍ତ ଓ ମହେଶ ଭଟ୍ଟ ଦୁହିଁଙ୍କ ପାଇଁ ବହୁତ ଦୁଃଖଦାୟକ ଥିଲା । ପ୍ରକୃତରେ ସୁଟିଙ୍ଗର ପୂର୍ବଦିନ ଦୁହିଁଙ୍କର ‘ସଡକ’ ଫିଲ୍ମ ସମୟର କିଛି ପୂରୁଣା ସ୍ମୃତି ମନେପଡିଗଲା, ଯାହାଫଳରେ ସେ ଦୁହେଁ ବହୁତ ଆବେଗପ୍ରବଣ ହୋଇଗଲେ । ଦୁହିଁଙ୍କ ଆଖିରେ ଲୁହ ଆସିଗଲା ଓ ଆବେଗର ସହ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କଲେ । ସେଟରେ ଦୁଇ କିମ୍ବଦନ୍ତୀମୂଳକ ବ୍ୟକ୍ତିଙ୍କ ଆଖିରେ ଲୁହ ଦେଖି ସେଠି ଉପସ୍ଥିତ ସବୁ ଲୋକ ଭାବୁକ ହୋଇଗଲେ ।

Leave a Reply

Your email address will not be published. Required fields are marked *