2019 ବଜେଟ ଅଧିବେଶନରେ କର୍ମନିଯୁକ୍ତି ଉପରେ କ’ଣ ରହିବ କେନ୍ଦ୍ର ସରକାରଙ୍କ ନଜର୍?

ନୂଆଦିଲ୍ଲୀ,02/07(ଗ୍ରାଉଣ୍ଡଜିରୋ ଲାଇଭ);

ପୁଣି ଥରେ ମୋଦି ସରକାର କ୍ଷମତାକୁ ଆସିବାପରେ ଯୁବକ ମାନେ ତାଙ୍କ ଉପରେ ଅନେକ ଆଶା ଭରସା ରଖିଛନ୍ତି । ସେଥିପାଇଁ ଏବେ ସମସ୍ତଙ୍କ ନଜର ରହିଛି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ 5ଜୁଲାଇରେ ହେବାକୁ ଥିବା ବଜେଟ୍ ଉପସ୍ଥାପନ ଉପରେ । ସେ ଦେଶରେ ରୋଜଗାରର ଅଭିବୃଦ୍ଧି ନିମନ୍ତେ କ’ଣ ବିଶେଷ ଯୋଜନା ଉପସ୍ଥାପନ କରିବାକୁ ଯାଉଛନ୍ତି ତାହା ଦେଖିବାକୁ ବାକି ଅଛି । ପୂର୍ବଥର ମୋଦି ସରକାରଙ୍କ କର୍ମନିଯୁକ୍ତି କ୍ଷେତ୍ରରେ ବିଫଳତା ଉପରେ ବିରୋଧି ଦଳ ଅନେକ ପ୍ରଶ୍ନବାଚି ସୃଷ୍ଟି କରିଥିଲେ । ବିଜେପିର କିଛି ନେତା ଅନେକ ସଭା ସଂସଦରେ ମଧ୍ୟ ଏହା ନିଜେ  ସ୍ୱିକାର କରିଛନ୍ତି ଯେ ତାଙ୍କ ସରକାର କର୍ମନିଯୁକ୍ତି କ୍ଷେତ୍ରରେ ଆଶାନୁଯାୟୀ ଅଧିକ ଉନ୍ନତି ଆଣିପାରିନାହିଁ । ଯେହେତୁ ପୁଣି ଥରେ ବିଜେପି ସରକାର କ୍ଷମତାକୁ ଆସିସାରିଛି ତେଣୁ ଏବେ ଯୁବପିଢିଙ୍କର ଅନେକ ଆଶା ଆଙ୍କାକ୍ଷା ତାଙ୍କ ଉପରେ ବଢିଯାଇଛି ।

Leave a Reply

Your email address will not be published. Required fields are marked *