ଚାଲିଥିଲା ଅଶ୍ଳୀଳ ଡ୍ୟାନ୍ସ, ୧୦ ବାର ଗାର୍ଲ ସମେତ ୪୫ ଗିରଫ

ମୁମ୍ବାଇ, ୨୩/୧୦ (ଗ୍ରାଉଣ୍ଡଜିରୋ ଲାଇଭ) :
ଭାୟାନ୍ଦରରେ ଥିବା ଆର୍କେଷ୍ଟ୍ରୋ ବାରରେ ଅଶ୍ଳୀଳ ଡ୍ୟାନ୍ସ କରୁଥିବା ମାମଲରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ୧୦ ବାର ଗାର୍ଲ ସମେତ ୪୫ ଜଣଙ୍କୁ ଗିରଫ କରିଛି। ଏହା ଉପରେ ମାମଲା ରୁଜୁ କରାଯାଇଛି। ପୁଲିସ କହିବା ଅନୁଯାୟୀ ୪ ଜଣ ଝିଅ ଛୋଟ କପଡାରେ ଡ୍ୟାନ୍ସ କରୁଥିଲେ ଏବଂ ପୁରୁଷମାନେ ତାଙ୍କ ଉପରେ ଟଙ୍କାର ନୋଟ ବର୍ଷା କରୁଥିଲେ। ପୁଲିସ ଘଟଣା ସ୍ଥଳରେ ଏକ ଗୁପ୍ତ ଘର ଭାଙ୍ଗି ୬ ଜଣ ଝିଅଙ୍କୁ କାଢିଥିଲା। ମୁମ୍ବାଇର ଅନେକ ବାର୍ ଗୁଡିକରେ ଲୁଚିଛପି ଏଭଳି ଡ୍ୟାନ୍ସ ହୋଇଥଏ। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ସିଧାସଳଖ ଆର୍କେଷ୍ଟ୍ରୋ ବାରରେ ଚଢାଉ କରିଥିଲା I

Leave a Reply

Your email address will not be published. Required fields are marked *