ତୃତୀୟ ପର୍ଯ୍ୟାୟରେ ୭୧.୬୧% ମତଦାନ

ଭୁବନେଶ୍ୱର, 25/04(ଗ୍ରାଉଣ୍ଡଜିରୋ ଲାଇଭ) :

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ତୃତୀୟ ପର୍ଯ୍ୟାୟରେ ସାରା ରାଜ୍ୟରେ ୭୧.୬୧ ପ୍ରତିଶତ ମତଦାନ ହୋଇଛି  । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହାର ଭଲ ରହିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ସେହିପରି ୬ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ କେନ୍ଦୁଝରରେ ସର୍ବାଧିକ ମତଦାନ ହୋଇଛି । ତୃତୀୟ ପର୍ଯ୍ୟାୟରେ ସାମଗ୍ରିକ ଭୋଟ୍‌ଦାନ ହାର ୭୧.୬୧% ହୋଇଥିବା ବେଳେ କେନ୍ଦୁଝର ଲୋକସଭା ଆସନରେ ମତଦାନ ହାର ସର୍ବାଧିକ ୭୮.୧୬% ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ବର ଲୋକସଭା ଆସନରେ ସର୍ବନିମ୍ନ ୫୯.୬୦% ମତଦାନ ହୋଇଛି । କେନ୍ଦୁଝର ପଛକୁ ରହିଛି ସମ୍ୱଳପୁର ସଂସଦୀୟ କ୍ଷେତ୍ର । ସମ୍ବଲପୁରରେ ୭୬.୩୮% ମତଦାନ ହୋଇଛି ସେହିପରି ଢେଙ୍କନାଳରେ ୭୪.୯୮% ମତଦାନ, ପୁରୀରେ ୭୨.୫୩% ଓ କଟକରେ ୬୯.୬୫% ମତଦାନ ହୋଇଛି । 

Leave a Reply

Your email address will not be published. Required fields are marked *