ନୂଆ ଜର୍ସିରେ ନଜର ଆସିଲେ ବିରାଟ

ନିଉଦିଲ୍ଲୀ, ଅଗଷ୍ଟ ୨୧(ଗ୍ରାଉଣ୍ଡ ଜିରୋ ଲାଇଭ):
ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ସହ ଭାରତୀୟ ଦଳ ତା’ର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଅଭିଯାନ ଆରମ୍ଭ କରିବ। ଏହି ଅଭିଯାନ ପୂର୍ବରୁ ଟେଷ୍ଟ କ୍ରିକେଟରେ ନୂଆ ଜର୍ସି ସହ ବିରାଟ, ଆଜିଙ୍କ୍ୟ ରହାଣେଙ୍କର ଫଟୋ ସେସନ ହୋଇଛି । ଟେଷ୍ଟ କ୍ରିକେଟର ଜର୍ସିରେ ଖେଳାଳିଙ୍କ ନାମ ଓ ନମ୍ବର ମଧ୍ୟ ରହିଛି । ଭାରତୀୟ ଅଧିନାୟକ ବିରାଟ କୋହଲି ଚିରାଚରିତ ୧୮ ନଂ ଜର୍ସି ପରିିଧାନ କରିବେ। ସେହିଭଳି ଉପଅଧିନାୟକ ଅଜିଙ୍କ୍ୟ ରାହାନେ ୩, ଚେତେଶ୍ୱର ପୂଜାରା ୨୫, ମହମ୍ମଦ ସାମି ୧୧, କୁଲଦୀପ ଯାଦବ ୨୧ ଓ ରବିଚନ୍ଦ୍ରନ ଅଶ୍ୱିନ ୯୯ ନଂ ଥିବା ଜର୍ସି ପିନ୍ଧିବେ। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ରୋହିତ ଶର୍ମା, ଈଶାନ୍ତ ଶର୍ମା, ରିଷଭ ପନ୍ତ ଓ ହନୁମା ବିହାରୀଙ୍କ ଜର୍ସିର ପଛ ଭାଗରେ ଯଥାକ୍ରମେ ୮, ୪୫, ୯୭, ୧୭ ଓ ୪୪ ନଂ ରହିଛି। କ୍ରିକେଟର ଲମ୍ବା ଫର୍ମାଟର ଲୋକପ୍ରିୟତା ବୃଦ୍ଧି କରିବା ଲାଗି ଆଇସିସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *