ନିଜକୁ ବିଶ୍ୱାସ କରିପାରିଲେନି ବିରାଟ୍‌, ଦେଖନ୍ତୁ ଭିଡିଓ ଜାଣନ୍ତୁ କାହିଁକି

ସିଡ୍‌ନୀ,୦୨/୧୨(ଗ୍ରାଉଣ୍ଡଜିରୋ ଲାଇଭ):
ସିଡ୍‌ନୀରେ ଟିମ୍‌ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ଏକାଦଶ ମଧ୍ୟରେ ଅଭ୍ୟାସ ମ୍ୟାଚ ଚାଲିଥିଲା । ଏହି ଅଭ୍ୟାସ୍‌ ମ୍ୟାଚ୍‌ରେ ବିରାଟ୍‌ ବ୍ୟାଟିଂରେ ନୁହେଁ ବରଂ ବୋଲିଂରେ କମାଲ କରିବା କଥା ନିଜେ ବି ବିଶ୍ୱାସ କରିପାରିନାହାଁନ୍ତି । ତାଙ୍କର ଏହି ଆଶ୍ଚର୍ଯ୍ୟ ହେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ମାତ୍ର ୨ ଓଭର୍‌ ବୋଲିଂ କରି ୬ ରନ୍‌ ଦେଇଥିବା ବିରାଟ୍‌ ଗୋଟିଏ ୱିକେଟ ହାସଲ କରିନେଇଥିଲେ । ୱିକେଟ୍‌ ନେବା ପରେ ନିଜକୁ ମଧ୍ୟ ବିଶ୍ୱାସ କରିପାରି ନଥିଲେ ବିରାଟ୍‌ । ଏହାକୁ ବେଶ ନିଆରା ଢଙ୍ଗରେ ସେଲିବ୍ରେଟ କରିଥିଲେ ବିରାଟ । ଅଷ୍ଟ୍ରେଲିଆ ଏକାଦଶର ୱିକେଟ୍‌ କିପର ବ୍ୟାଟସ୍‌ମ୍ୟାନ୍‌ ହ୍ୟାରୀ ନିଲସନଙ୍କୁ ଆଉଟ କରିଥିଲେ ବିରାଟ । ଆଉଟ ହେବା ପରେ ବିରାଟଙ୍କୁ ଶୁଭେଚ୍ଛା ଜଣାଣଥିଲେ ଆଉଟ ହୋଇଥିବା ହ୍ୟାରୀ ନିଲସନ ।
ଭାଇରାଲ ହେଉଥିବା ବିରାଟ୍‌ଙ୍କ ସେଲିବ୍ରେସନ୍‌ ଭିଡିଓ ଦେଖନ୍ତୁ…

https://twitter.com/twitter/statuses/1068726737461116928

Leave a Reply

Your email address will not be published. Required fields are marked *