ବିରାଟ ହେଲେ ଫୋର୍ବ୍ସ ତାଲିକାର ଏକମାତ୍ର ଭାରତୀୟ କ୍ରିକେଟର

 

ନୂଆଦିଲ୍ଲୀ, 12/06(ଗ୍ରାଉଣ୍ଡଜିରୋଲାଇଭ): 2019ର ଫୋର୍ବ୍ସ ତାଲିକାରେ ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ଦୁନିଆର ସର୍ବାଧିକ ଆୟ କରୁଥିବା ଖେଳାଳି ମାନଙ୍କ ଲିଷ୍ଟ ମଧ୍ୟରେ ସାମିଲ ହୋଇଛନ୍ତି । ଏକମାତ୍ର ଭାରତୀୟ ଭାବରେ ସେ ଏହି ସ୍ଥାନ ପାଇଛନ୍ତି । ତାଙ୍କର ବାର୍ଷିକ ଆୟ 2କୋଟି 50ଲକ୍ଷ ଡଲାର ଅର୍ଥାତ 1,735,188,893 ଟଙ୍କା । ଫୋର୍ବ୍ସରୁ ମିଳିଥିବା ସୂଚନା ଅନୁଯାୟୀ, ସେ ବିଜ୍ଞାପନରୁ 2.1କୋଟି ଡଲାର ଓ ମ୍ୟାଚ, ଦରମାରୁ 40ଲକ୍ଷ ଡଲାର ଆୟ ହେଉଛି । ପୂର୍ବ 12ମାସରେ ତାଙ୍କ ମୋଟ ଆୟ 2.5 କୋଟି ଡଲାର ହୋଇଛି । ପୂର୍ବ ବର୍ଷ ସେ 83ତମ ସ୍ଥାନରେ ଥିଲେ, କିନ୍ତୁ ଏହି ବର୍ଷ ସେ 17ଟି ସ୍ଥାନ ଖସି 100ତମ ସ୍ଥାନରେ ଅଛନ୍ତି । ତଥାପି ମଧ୍ୟ ସେ ଏହି ଲିଷ୍ଟରେ ସ୍ଥାନ ପାଇବାରେ ଏକମାତ୍ର ଭାରତୀୟ । ଏହି ଲିଷ୍ଟର ଶୀର୍ଷରେ ବାର୍ସିଲୋନା ଓ ଅର୍ଜେଣ୍ଟିନାର ଫୁଟବଲ ଷ୍ଟାର ଲିଓନେଲ ମେସି ଥିବାବେଳେ ଦ୍ୱିତୀୟରେ ପର୍ତୁଗାଲର ଫୁଟବଲ ଷ୍ଟାର ରୋନାଲ୍ଡୋ ଅଛନ୍ତି ।

Leave a Reply

Your email address will not be published. Required fields are marked *