କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କଲେ ଦେଶର ପ୍ରଥମ ଦୂରଗାମୀ ସିଏନଜି ବସ୍

ନୂଆଦିଲ୍ଲୀ, ଡିସେମ୍ବର୨୪(ଗ୍ରାଉଣ୍ଡ ଜିରୋ ଲାଇଭ):

ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ମଙ୍ଗଳବାରଦେଶରେ ପ୍ରଥମ ଥର ପାଇଁ ଦୂରଗାମୀ ସିଏନ୍ଜି ବସର ଶୁଭାରମ୍ଭ କରିବା ପରେ ଏହା ସ୍ୱଚ୍ଛ ଇନ୍ଧନ ଦିଗରେ ବଡ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରାକୃତିକ ଗ୍ୟାସ ବିତରଣ କମ୍ପାନୀ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍ ଆଇଜିଏଲ ସହଯୋଗରେ ଅଧିକ କ୍ଷମତା ବିଶିଷ୍ଟ ସିଏନଜି ସିଲିଣ୍ଡର ତିଆରି କରାଯିବା ପ୍ରଂଶସାର ବିଷୟ । ବସରେ ବ୍ୟବହୃତ ହେଉଥିବା ସିଏନଜି ସିଲିଣ୍ଡରରେ ଥରେ ମାତ୍ର ସିଏନଜି ଭରିଲେ ବସଟି ୧ ହଜାର କିମି ପର୍ଯ୍ୟନ୍ତ ଯାତାୟତ କରିପାରିବ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ଡେରାଡୁନ ପର୍ଯ୍ୟନ୍ତ ୫ଟି ଦୂରଗାମୀ ସିଏନଜି ବସ୍ ଯାତାୟତ କରିବ । ଖୁବ ଶୀଘ୍ର ଦିଲ୍ଲୀରୁ ଜୟପୁର, ଚଣ୍ଡିଗଡ ଏବଂ ଆଗ୍ରାରେ ଏଭଳି ବସ୍ ଯାତାୟତ କରିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସିଏନଜି ଗ୍ୟାସ ଶସ୍ତା, ପରିବେଶ ସନ୍ତୁଳନ, ଅନ୍ୟ ଇନ୍ଧନ ତୁଳନାରେ ଭଲ । ଯଦ୍ୱାରା ଅଧିକ ସମୟ ମଧ୍ୟ ବଂଚାଯାଇପାରିବ । ଆଗାମୀ ପିଢିଙ୍କୁ ଭଲ ଭିତିଭୂମି ଉପଲବ୍ଧ କରେଇବାରେ ତଥା ସେମାନଙ୍କ ଜୀବନ ଶୈଳି ପରିବର୍ତନ କରିବାରେ ଏହା ଭାରତ ସରକାରଙ୍କ ବଡ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେ କହିଛନ୍ତି ଯେ ଭାରତ ଏକ ସ୍ଥିର ମୂଲ୍ୟ ଆଧାରିତ ବଜାର ଅଟେ । ତେଣୁ ଦେଶରେ ସୁଲଭ ମୂଲ୍ୟରେ ସ୍ୱଚ୍ଛ ଇନ୍ଧନ ଯୋଗାଇବା ଭାରତ ସରକାରଙ୍କର ପ୍ରତିଶ୍ରୁତି ରହିଛି । ପୂର୍ବରୁ ସରକାର ପିଏନଜି ଓ ସିଏନଜି ଗ୍ୟାସ ଉପରେ ଗୁରୁତ୍ୱ ଦେଉନଥିଲେ । ମାତ୍ର ମୋଦି ସରକାର ଆସିବା ପରେ ପିଏନଜି ଓ ସିଏନଜିକୁ ଗୁରୁତ୍ୱ ଦେଇଛନ୍ତି ା ଏବେ ଗ୍ୟାସର ଦାମ କମ୍ ହୋଇ ମଧ୍ୟ ଆଇଜିଏଲର ବ୍ୟବସାୟିକ ଲାଭ ହୋଇଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *