ଚଳନ୍ତା ଟ୍ରେନ୍‌ରୁ ଖସି ଯାଉଥିବା ଯୁବତୀଙ୍କୁ ବଞ୍ଚାଇଲେ ଯୁବକ ! ଭାଇରାଲ ହେଲା ଭିଡିଓ

ମୁମ୍ବାଇ, ୦୩/୧୦(ଗ୍ରାଉଣ୍ଡଜିରୋ ଲାଇଭ) :
ଳନ୍ତା ଟ୍ରେନରୁ ଖସି ପଡୁଥିବା ଯୁବତୀଙ୍କୁ ଉଦ୍ଧାର କରିଛନ୍ତି ଜଣେ ଯୁବକ । ଏହିପରି ଏକ ଅଭାବନୀୟ ଘଟଣା ଭିଡିଓ ଜରିଆରେ ଭାଇରାଲ ହେବାକୁ ଲାଗିଛି । ସୂଚନାନୁଯାୟୀ, ମୁମ୍ବାଇର ଏକ ଲୋକାଲ ଟ୍ରେନରେ ଜଣେ ୧୭ରୁ ୧୮ ବର୍ଷୀୟ ଯୁବତୀ ଯାତ୍ରା କରୁଥିଲେ । ସେ ଗେଟ୍‌ ନିକଟରେ ଠିଆ ହୋଇ କାନରେ ଇୟର୍‌ଫୋନ୍‌ରେ ଗୀତ ଶୁଣୁଥିଲେ । ତେବେ ଅନ୍ୟମନସ୍କ ଯୋଗୁଁ ସେ ଟ୍ରେନ୍‌ରୁ ଖସି ପଡ଼ିଥିଲେ । ଏହା ଦେଖି ଗେଟ୍‌ ନିକଟରେ ଠିଆ ହୋଇଥିବା ଜଣେ ଯୁବକ ତାଙ୍କ ହାତକୁ ସଙ୍ଗେ ସଙ୍ଗେ ଧରି ଯୁବତୀଙ୍କୁ ଟେକି ଆଣିଥିଲେ । ନିକଟରେ ଥିବା ଜଣେ ଯୁବକ ଏହି ପୂରା ଘଟଣାକୁ ନିଜ ମୋବାଇଲ୍‌ରେ କଏଦ୍‌ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଦେବା ପରେ ଏହା ଧୀରେ ଧୀରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ସମ୍ପର୍କରେ ସଠିକ୍ ତାରିଖ ଜଣା ପଡି ନଥିବା ବେଳେ, ଉଦ୍ଧାର କରିଥିବା ଯୁବକଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।
ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ ..

Leave a Reply

Your email address will not be published. Required fields are marked *