ସାମ୍ନାକୁ ଆସିଲା ବିହାର କେଳେଙ୍କାରୀ, ବାଳିକା ଆଶ୍ରମରେ ୩୪ଜଣଙ୍କୁ ରେପ୍

ବିହାର,୨୮/୦୭(ଗ୍ରାଉଣ୍ଡଜିରୋ ଲାଇଭ) :
ବିହାରର ମୁଜାଫରପୁରର ବାଳିକା ଆଶ୍ରମରେ ମୋଟ ୪୨ରୁ ୩୪ଜଣଙ୍କୁ ରେପ୍ ହୋଇଥିବା ଭଳି ଏକ ନିନ୍ଦନୀୟ ଘଟଣା ସାମନାକୁ ଆସିଛି । ଯାହା ଦେଶରେ ବାଳିକାମାନଙ୍କ ସୁରକ୍ଷାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଆଶ୍ରମରେ ଏବେ ପର୍ଯ୍ୟନ୍ତ ୩୪ଜଣ ବାଳିକାଙ୍କୁ ଯୌନ ଶୋଷଣ କରାଯାଇଥିବା ନେଇ ମୁଜାଫରପୁରର ଏସପି ହରପ୍ରିତ କୋର ସୂଚନା ଦେଇଛନ୍ତି । ମୁଜାଫରପୁରର ଜିଲ୍ଲାରେ ଥିବା ଏକ ବାଳିକା ଆଶ୍ରମରେ ବାଳିକାମାନଙ୍କ ପ୍ରତି ହେଉଥିବା ଯୌନ ଶୋଷଣ ମାମଲାର ତଦନ୍ତ କରିବା ପାଇଁ ନୀତିଶ କୁମାରଙ୍କ ସରକାର ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *