ଆଜି ମୋଷ୍ଟ ବିୟୁଟିଫୁଲ ହିରୋଇନ ମନୀଷା କୋଇରାଲାଙ୍କ ଜନ୍ମଦିନ

ମୁମ୍ବାଇ, ୧୬/୦୮(ଗ୍ରାଉଣ୍ଡଜିରୋ ଲାଇଭ) :
ଜି ଅଭିନେତ୍ରୀ ମନୀଷା କୋଇରାଲାଙ୍କ ୪୭ତମ ଜନ୍ମଦିନ । ସେ ଅଗଷ୍ଟ ୧୬, ୧୯୭୦ରେ ନେପାଳର କାଠମାଣ୍ଡୁରେ ଜନ୍ମ ଗ୍ରହଣ କରିଥିଲେ । ସେ ପଲିଟିକାଲ ଫ୍ୟାମିଲିରେ ଜନ୍ମ ହୋଇଥିଲେ । ମନୀଷା ୧୯୯୧ରେ ଟପ୍ ପ୍ରଡକ୍ସନ ‘ସଉଦାଗର’ରୁ ନିଜର ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ । ମନୀଷା ନେପାଲିସ୍ ଆକ୍ଟରରୁ ଅଭିନେତ୍ରୀ ଜୀବନ ଆରମ୍ଭ ସହ ଅନେକ ସାଉଥ୍ ଇଣ୍ଡିଆନ ଫିଲ୍ମ ମଧ୍ୟ କରିଛନ୍ତି ।୧୯୯୦ ମସିହାରେ ସେ ହାଇଏଷ୍ଟ ପେଡ୍ ଆକ୍ଟର ଥିଲେ ।
ସେ କେବଳ ତାଙ୍କ ଅଭିନୟ ପାଇଁ ପରିଚିତ ନଥିଲେ, ବରଂ ତାଙ୍କ ସୁନ୍ଦରତା ଦର୍ଶକଙ୍କୁ ଅନେକ ଆକୃଷ୍ଟ କରୁଥିଲା । ତାଙ୍କୁ ସେ ସମୟର “ମୋଷ୍ଟ ବିଉଟିଫୁଲ ଅାକ୍ଟ୍ରେସ”ର ଟାଇଟେଲ ଦିଆଯାଇଥିଲା ।୧୯୪୨ରେ “ଏ ଲଭ ଷ୍ଟୋରି”, “ଅକେଲେ ହାମ ଅକେଲେ ତୁମ”(୧୯୯୫), “ଅଗ୍ନି ସାକ୍ଷୀ”(୧୯୯୬), “କଚେ ଧାଗେ”(୧୯୯୯), “ଗୁପ୍ତ”(୧୯୯୭), “ହିନ୍ଦୁସ୍ତାନ କି କସମ”(୧୯୯୯), “ବମ୍ବେ”(୧୯୯୫), “ମନ୍”(୧୯୯୬) ଇତ୍ୟାଦି ହିଟ୍ ଫିଲ୍ମ କରି ଦର୍ଶକଙ୍କ ମନରେ ଘର କରି ଆସିଛନ୍ତି । ଫିଲ୍ମଫେୟାର ଆୱାର୍ଡ (ବେଷ୍ଟ ଆକ୍ଟ୍ରେସ), ସାଉଥ୍ ଫିଲ୍ମଫେୟାର ଆୱାର୍ଡ (ବେଷ୍ଟ ଆକ୍ଟ୍ରେସ), ଷ୍ଟାର ସ୍କ୍ରିନ ଆୱାର୍ଡ, ଏପରି ଅନେକ ଆୱାର୍ଡରେ ପୁରସ୍କୃତ ହୋଇଛନ୍ତି । ମନୀଷା ୨୦୧୨ରେ କ୍ୟାନସର ରୋଗରେ ପିଡିତ ହୋଇ ସେ ମୁମ୍ଭାଇ ଏବଂ ୟୁଏସ୍ଏ ରେ ଚିକିତ୍ସିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *