ଆଜି ‘ଜଳ ଶକ୍ତି ଅଭିଯାନ’ ଆରମ୍ଭ କରିବେ ମୋଦି ସରକାର

 

ଦିଲ୍ଲୀ, 01/07(ଗ୍ରାଉଣ୍ଡଜିରୋଲାଇଭ): ଦେଶବ୍ୟାପି ଦେଖାଦେଇଥିବା ଜଳ ସଂକଟର ସାମନା କରିବା ପାଇଁ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଏବେ ଅଣ୍ଟା ଭିଡିଛନ୍ତି । ମୋଦି ସରକାର ଆଜି ଜଳ ସଂରକ୍ଷଣ କୁ ନେଇ ‘ଜଳ ଶକ୍ତି ଅଭିଯାନ’ ଆରମ୍ଭ କରିବେ । ଏହାର ଉଦ୍ଦେଶ୍ୟ ପୂରାଦେଶରେ ପାଣିକୁ ନେଇ ସୂଚନା ବ୍ୟାପ୍ତ କରିବା ଓ ଜଳ ସଂରକ୍ଷଣକୁ ବଢେଇବା । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ‘ମନ କି ବାତ’ କାର୍ଯ୍ୟକ୍ରମରେ ଏହାକୁ ଏକ ଅଭିଯାନ ବନେଇବା ପାଇଁ ଆହ୍ୱାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ‘ଜଳ ଶକ୍ତି ଅଭିଯାନ’ ର ଅଧିକାଂଶ ଦେଶରେ 254 ଜିଲ୍ଲାମାନଙ୍କୁ ଟାର୍ଗେଟ କରାଯିବ । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ଅଧିକାରୀମାନଙ୍କୁ ପଠେଇ ଦିଆଯାଇଛି । ଏହି ଜିଲ୍ଲାଗୁଡିକର 1539 ବ୍ଲକରେ ଅଧିକାରୀ ଉପସ୍ଥିତ ରହିବେ ଓ ଏଠାରେ ଭୂତଳ ଜଳସ୍ତର ମାପିବେ । ଏହାପରେ ଏଠାରେ ଜଳ ସଂରକ୍ଷଣ କୁ ମିଶନ ରୂପେ ଲାଗୁ କରାଯିବ । କେନ୍ଦ୍ର ତରଫରୁ ଏହି ଜିଲ୍ଲାମାନଙ୍କୁ ରେନ ହାରଭେଷ୍ଟିଙ୍ଗ, ୱାଟର କନୱର୍ସେଶନ ଓ ୱାଟର ମ୍ୟାନେଜମେଣ୍ଟ ଭଳି ଜିନିଷକୁ ବଢେଇଦିଆଯିବ । ସରକାରଙ୍କ ତରଫରୁ ବର୍ଷାଜଳକୁ କିପରି ବଂଚାଇ ରଖାଯାଇପାରିବ ଓ ଏହାର ପ୍ରୟୋଗ କିପରି ହୋଇପାରିବ ତାହାକୁ ନେଇ ନୀତି ଲାଗୁ କରାଯିବ । ଏଥିସହ ଲୋକମାନଙ୍କୁ ଏହି ସମ୍ପର୍କରେ ସୂଚନା ମଧ୍ୟ ଦିଆଯିବ । ବର୍ତ୍ତମାନ ସମସ୍ତଙ୍କର ଚିନ୍ତାର ବିଷୟ ଏହିକି ଯେ, ଦୀର୍ଘ କିଛିବର୍ଷରେ ଦେଶର ବହୁ ଭାଗରେ ଭୂତଳ ଜଳର ସ୍ତର ବହୁତ କମିଯାଇଛି । ଚେନ୍ନାଇରେ ତ ଜଳାଶୟ, ନଦୀ ସବୁ ଶୁଖିଯାଇଛି ଓ  ଭୂତଳ ଜଳସ୍ତର ବି ବହୁତ କମିଯାଇଛି । ଏହି କାରଣରୁ ସେଠାକାର ପିଇବା ପାଣିରେ ସଂକଟ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ‘ମନ କି ବାତ’ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ କୁ ନେଇ ଅପିଲ କରିଛନ୍ତି । ପିଏମ କହିଥିଲେକି, ‘ଯେଉଁ ପ୍ରକାର ଦେଶବାସୀମାନେ ସ୍ୱଚ୍ଛତା ଅଭିଯାନକୁ ଏକ ଆନ୍ଦୋଳନ ବନେଇଥିଲେ । ସେହିପରି ଏବେ ଜଳକୁ ମଧ୍ୟ ଏକ ଆନ୍ଦୋଳନ ରୂପେ ଦେଖିବାକୁ ହେବ ।’

 

Leave a Reply

Your email address will not be published. Required fields are marked *