ଆଜି ଭାରତ ଓ ବାଂଲାଦେଶ ମୁକାବିଲା

ବର୍ମିଂହାମ, ୦୨/୦୭(ଗ୍ରାଇଣ୍ଡଜିରୋଲାଇଭ):
ଆଜି ବର୍ମିଂହାମରେ ବାଂଲାଦେଶକୁ ଭେଟିବ ଭାରତ । ସେମିଫାଇନାଲରେ ପ୍ରବେଶ ପାଇଁ ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହା ପୂର୍ବରୁ ଭାରତୀୟ ଦଳ ୭ଟି ମ୍ୟାଚ ଖେଳି ୧୧ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବାଂଲାଦେଶ ୭ଟି ମ୍ୟାଚ ଖେଳି ୭ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି । ଭାରତ ପାଇଁ ଏହି ମ୍ୟାଚଟି ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ କାରଣ ଏହା ପୂର୍ବରୁ ଇଂଲଣ୍ଡ ସହ ମ୍ୟାଚ ଖେଳି ବିଶ୍ୱକପରେ ପ୍ରଥମ ପରାଜୟ ହୋଇଥିବାରୁ ସେମିଫାଇନାଲକୁ ଯିବା ପାଇଁ ଆଜିର ମ୍ୟାଚ ଜିତିବା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଭାରତୀୟ ଦଳ ଆଜି ବିଜୟ ଲକ୍ଷ୍ୟ ଆଶାରେ ରହିବ । ଲୋକେଶ ରାହୁଲ୍ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ବେଳେ ସାମାନ୍ୟ ଆହାତ ହୋଇଥିଲେ ମଧ୍ୟ ଆଜି ଖେଳିବାର ସମ୍ଭାବନା ଅଛି । ଦଳରୁ ବାଦ ପଡିଥିବା ଦ୍ରୁତ ବୋଲର ଭୁବନେଶ୍ୱର କୁମାର ପୁଣି ଖେଳି ପାରନ୍ତି ବୋଲି ଜଣାପଡିଛି । ତେବେ ବାଂଲାଦେଶର ବୋଲିଂ ଇଂଲଣ୍ଡ ଭଳି ଏତେ ଶାଣୀତ ନଥିବାରୁ ଭାରତର ବିଜୟ ସମ୍ଭାବନା ଅଧିକ ରହିଛି । ଅନ୍ୟପକ୍ଷରେ ବାଂଲାଦେଶ ତାର ବିଜୟ ପାଇଁ ଭଲ ଫର୍ମରେ ଥିବା ଅଲରାଉଣ୍ଡର ସକିବ୍ ଅଲ୍ ହାସନଙ୍କ ଉପରେ ଦଳ ପୁରା ନିର୍ଭର କରିବ । ଆଜିର ମ୍ୟାଚ ଜିତିବା ପାଇଁ ଭାରତୀୟ ଦଳ ନିଜକୁ ପୂରା ପ୍ରସ୍ତୁତ କରିସାରିଛି ।

Leave a Reply

Your email address will not be published. Required fields are marked *