ରାଜଧାନୀ ଭୁବନେଶ୍ବରରେ ବାଘ ଆତଙ୍କ ..ଦେଖନ୍ତୁ ଭିଡିଓ

ଭୁବନେଶ୍ୱର, ୧୮ ଫେବୃଆରୀ (ଗ୍ରାଉଣ୍ଡ ଜିରୋ ଲାଇଭ):

ଭୁବନେଶ୍ବରର ବିମାନବନ୍ଦର ଅଂଚଳରେ ଏକ ବାଘ ବୁଲୁଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । 

ଗତକାଲି ରାତି ପ୍ରାୟ ୧୧. ୧୭ ମନିଟରେ କଲରାପତରିଆ ବାଘଟି ବିମାନବନ୍ଦରର ପାଚେରୀ ଡେଇଁ ଏକ ଆପର୍ଟମେଣ୍ଟ କଂପ୍ଲେକ୍ସ ଭିତରକୁ ପ୍ରବେଶ କରୁଥିବା ସିସିଟିଭିରେ କଏଦ ହୋଇଛି । ବାଙ୍କନିଧି ସେନାପତି ନାମକ ବ୍ୟକ୍ତି ଦୂରରେ ଠିଆ ହୋଇ ବାଘକୁ ଲକ୍ଷ୍ୟ କରୁଥିଲେ । ବାଘ ଚାଲିଯିବାପରେ ସେ ଦୌଡି ଦୌଡି ନିଜ କର୍ଯ୍ୟାଳୟକୁ ପହଂଚି ସେଠାରେ ଥିବା କର୍ମଚାରୀଙ୍କୁ ଜଣାଇଥିଲେ । । ଆଜି କାର୍ଯ୍ୟାଳୟର ସିସିଟିଭି ଫୁଟେଜ ଯାଂଚ କଲାବେଳେ ବାଘକୁ ସମସ୍ତେ ଦେଖିଥିଲେ ଓ ବନ ବିଭାଗକୁ ଖବର ଦେଇଥିଲେ ।

ବନବିଭାଗ ତତ୍ପର ହୋଇ ଉଠିଥିବାବେଳେ ବାଘର କୌଣସି ପତ୍ତା ମିଳୁନାହିଁ। ତେବେ ବାଘକୁ ଠାବ କିରବା ପାଇଁ ୨୦ ଜଣିଆ ଟିମ ଗଠନ ହୋଇଥିବା ସିଟି ଡିଏଫଓ କହିଛନ୍ତି । ବାଘକୁ ଟ୍ରାଙ୍କୁଲାଇଜ କରିବା ପାଇଁ ନନ୍ଦନକାନନରୁ ମଧ୍ୟ ଏକ ଦଳ ଆସିଥିବା ସୂଚନା ମିଳିଛି ।

 

Leave a Reply

Your email address will not be published. Required fields are marked *