ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର, 22/04(ଗ୍ରାଉଣ୍ଡଜିରୋ ଲାଇଭ) :

ଆସନ୍ତା କାଲି ରାଜ୍ୟରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରବିବାର ସନ୍ଧ୍ୟା ୬ଟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ୧୦ ହଜାର ୪୬୪ଟି ବୁଥରେ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ୬ଟି ଲୋକସଭା ପାଇଁ ୬୧ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ଯୋଗ୍ୟ ପ୍ରତିନିଧି ଖୋଜିବେ। ୪୨ଟି ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ୩୫୬ ପ୍ରାର୍ଥୀଙ୍କ ମଧ୍ୟରୁ କିଏ ସେମାନଙ୍କୁ ପାଞ୍ଚ ବର୍ଷପାଇଁ ପ୍ରତିନିଧିତ୍ବ କରିବ, ତାହା ନିର୍ଣ୍ଣୟ କରିବେ । ମତଦାତାଙ୍କ ମଧ୍ୟରୁ ୪୭ ଲକ୍ଷ ୯୯ ହଜାର ୩୦ ଜଣ ପୁରୁଷ ଭୋଟର ଥିବା ବେଳେ ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଭୋଟରଙ୍କ ସମେତ ୧୧୬୩ ଜଣ ତୃତୀୟ ଲିଙ୍ଗ ଭୋଟର ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *