ଆମ୍ବେଦକରଙ୍କ ଜୟନ୍ତୀ ପାଳନ କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ବର, 14 ଏପ୍ରିଲ:

କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଚାଲିଥିବା ଲକଡାଉନ କଟକଣା କୁ ମାନି ସାମାଜିକ ଦୂରତା ବଜାୟ ରଖି ଆଜି ଅତି ନିରାଡ଼ମ୍ବର ଭାବେ ଓଡିଶା ପ୍ରଦେଶ କଂଗ୍ରେସ ପାଳନ କଲା ସମ୍ବିଧାନ ପ୍ରଣେତା ଭାରତରତ୍ନ ସ୍ବର୍ଗତ ଡ଼ ବି ଆର ଆମ୍ବେଦକରଙ୍କ ଜୟନ୍ତୀ । ପ୍ରଥମେ ଏଜି ଛକ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ପ୍ରମୁଖ ଅଳ୍ପ କେତେଜଣ ପୁଷମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ କଂଗ୍ରେସ ଭବନ ଯାଇଁ ସେଠାରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆଜିର ଏହି କାର୍ଯ୍ୟକର୍ମରେ ଅନ୍ୟମାନଙ୍କ ମଧ୍ୟରେ ରଶ୍ମି ମହାପାତ୍ର,ମନୋରଞ୍ଜନ ଦାସ,ଚିନ୍ମୟ ସୁନ୍ଦର ଦାସ,ଦୀପକ କୁମାର ମହାପାତ୍ର,ମାନସ ରଞ୍ଜନ ଆଚାର୍ଯ୍ୟ,ଜ୍ୟୋତିଷ ସାହୁ,ଜୟକୃଷ୍ଣ ମଲିଆ,ହଳଧର ସେଠି ,ଜମ୍ବେଶ୍ୱର ମଲ୍ଲିକ ଓ ମଣ୍ଟୁ ମଲ୍ଲିକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *