ସ୍କୁଲରେ ରାତି କଟାଇଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମି

କର୍ଣ୍ଣାଟକ, ୨୭/୦୬(ଗ୍ରାଇଣ୍ଡଜିରୋଲାଇଭ):
କର୍ଣ୍ଣାଟକ ରାୟଚୁର ଗାଁରେ ଏକ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଭୋଜନରେ ସାମିଲ ହେଲେ  ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମି । ଭୋଜନ ପରେ ସ୍କୁଲରେ ରାତି କଟାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଗାଁ ହେଉଛି ଏଚଡି କୁମାର ସ୍ୱାମିଙ୍କ ଜନ୍ମ ସ୍ଥାନ । ଗତକାଲି ଏଚଡି ସ୍ୱାମି ରାୟଚୁର ଗସ୍ତରେ ଯାଇଥିଲେ । ସେଠାରେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ହଠାତ୍ ରାୟପୁର ବିଦ୍ୟାଳୟରେ ପହଂଚି ଯାଇଥିଲେ । ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କ ସହ କଥା ହେବା ସହ ପାଠ ପଢା ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ଏହା ପରେ ପିଲାଙ୍କ ଗହଣରେ ରାତ୍ରି ଭୋଜନ କରିବା ସହ ସେଠାରେ ରାତ୍ରି ଯାପନ ମଧ୍ୟ କରିଥିଲେ । କୁମାର ସ୍ୱାମିଙ୍କ ସହ ତାଙ୍କ ପ୍ରଶାସନିକ ଅଧିକାରି ମଧ୍ୟ ଥିଲେ । ସେମାନେ ମଧ୍ୟ ପିଲାଙ୍କ ସହ ମିଶି ଭୋଜନ କରିଥିଲେ ।

Leave a Reply

Your email address will not be published. Required fields are marked *