ସଟ୍ ଡାଉନ୍ କୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର,03 ଏପ୍ରିଲ :

କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏଥିରେ ରାଜ୍ୟବାସୀଙ୍କ ସହଯୋଗ ପାଇଁ ମୁଁ ଧନ୍ୟବାଦ ଜଣାଉଛି । ଚଳିତ ସପ୍ତାହ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ରାଜ୍ୟ ସରକାର କରୋନା ରୋଗୀ ଚିହ୍ନଟ ହୋଇଥିବା ତିନିଗୋଟି ସହର ଯଥା ଭୁବନେଶ୍ୱର, କଟକ ଓ ଭଦ୍ରକରେ ଆଜି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ୪୮ ଘଂଟା ପାଇଁ ସଟ୍ ଡାଉନ୍ ଜାରି କରିଛନ୍ତି । ଏହି ୪୮ ଘଂଟା ପ୍ରଶାସନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ୪୮ ଘଂଟା ମଧ୍ୟରେ ପ୍ରଶାସନ ଚିହ୍ନଟ ହୋଇଥିବା କରୋନା ରୋଗୀ କଂଟାକ୍ଟ ଟ୍ରାକିଂ ଭଲ ଭାବରେ କରିପାରିବେ । କରୋନା ସଂକ୍ରମଣକୁ ରୋକିବା ପାଇଁ ଏହା ଖୁବ୍ ଜରୁରୀ ଅଟେ । ନିଜ ପରିବାର ଓ ବନ୍ଧୁ ମାନଙ୍କ ଭଲ ପାଇଁ , ମଙ୍ଗଳ ପାଇଁ ଆମକୁ ବ୍ୟକ୍ତିଗତ ଭାବେ ଏହି ତ୍ୟାଗ କରିବାକୁ ହେବ । କଷ୍ଟ ସ୍ୱୀକାର କରିବାକୁ ହେବ । ଆମର ଏହି ତ୍ୟାଗ ହିଁ ଆମ ସମସ୍ତଙ୍କୁ ସୁରକ୍ଷିତ ରଖିପାରିବ ।ଭୁବନେଶ୍ୱର, କଟକ ଓ ଭଦ୍ରକର ଜନସାଧାରଣକୁ ମୋର ଅନୁରୋଧ ଆପଣମାନେ ୪୮ ଘଂଟା ପାଇଁ ସଟ୍ ଡାଉନ୍ କୁ ପାଳନ କରନ୍ତୁ ଘରେ ରୁହନ୍ତୁ ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଉଦ୍ୟମରେ ସହଯୋଗ କରନ୍ତୁ ।

Leave a Reply

Your email address will not be published. Required fields are marked *