ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଖେଳ ରାଷ୍ଟ୍ର ମନ୍ତ୍ରୀ କିରଣ ରିଜୁଙ୍କୁ ଧନ୍ୟବାଦ

ଭୁବନେଶ୍ୱର,ତା.୦୨/୦୭(ଗ୍ରାଉଣ୍ଡ ଜିରୋ ଲାଇଭ):

ପୂର୍ବ ଆଥଲେଟ ଖେଳାଳୀମାନଙ୍କ ପେନସନ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର ଖେଳ ରାଷ୍ଟ୍ର ମନ୍ତ୍ରୀ କିରଣ ରିଜୁ ରାଜ୍ୟସଭାରେ କହିଛନ୍ତି । ଅଲମ୍ପିକ ଓ ପାରାଅଲମ୍ପିକ ଖେଳରେ ପଦକ ଜିତିଥିବା ଖେଳାଳୀଙ୍କୁ ପ୍ରତି ମାସ ୨୦ ହଜାର ଟଙ୍କା ଲେଖାଏଁ ପେନସନ ମିଳିବ । ବିଶ୍ୱକପ,ଅଲମ୍ପିକ ଏବଂ ଏସିଆନ ଗେମର ସ୍ୱର୍ଣ୍ଣ ପଦକ ପାଇଥିବା ଖେଳାଳୀଙ୍କୁ ୧୬ ହଜାର ଟଙ୍କା ପ୍ରତି ମାସ ପେନସନ ପ୍ରଦାନ କରାଯିବ । ସେହିପରି ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିବା ଖେଳାଳୀଙ୍କୁ ୧୪ ହଜାର ପ୍ରତି ମାସ ପେନସନ ମିଳିବ । ଆଥଲେଟ ମାନଙ୍କ ପାଇଁ ଏଭଳି ଐତିହାସିକ ନିଷ୍ପତି ନେଇଥିବାରୁ କେନ୍ଦ୍ର ଯୁବ ବ୍ୟାପାର ଓ ଖେଳ ରାଷ୍ଟ୍ର ମନ୍ତ୍ରୀ କିରଣ ରିଜୁଙ୍କୁ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ଧନ୍ୟବାଦ ଜଣାଇଛନ୍ତି ।

କମନୱଲଥ ଏବଂ ପାରା ଏସିଆନ ଗେମର ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଖେଳାଳୀଙ୍କୁ ପ୍ରତିମାସ ୧୪ ହଜାର ଟଙ୍କା ଓ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିବା ଖେଳାଳୀଙ୍କୁ ୧୨ ହଜାର ପ୍ରତି ମାସ ପେନସନ ମିଳିବ । ଏହି ପେନସନ ରାଶି ଦ୍ୱାରା ଖେଳାଳୀମାନଙ୍କର ଆର୍ଥିକ ସ୍ଥିତି ସୁଧାର ହୋଇପାରିବ ବୋଲି ଶ୍ରୀ ଦାସ କହିଛନ୍ତି ।

Leave a Reply

Your email address will not be published. Required fields are marked *