ରାଷ୍ଟ୍ରୀୟ ସଭାପତିଙ୍କୁ ଅଭିନନ୍ଦନ ଜଣାଇଲେ ଠାକୁର ରଂଜିତ

ନିଉଦିଲ୍ଲୀ,24 ଡିସେମ୍ବର(ଗ୍ରାଉଣ୍ଡ ଜିରୋ ଲାଇଭ):
ଗତ ସୋମବାର ଦିନ ବିଜେପିର ନୂତନ ରାଷ୍ଟ୍ରୀୟ ସଭାପତି ଜଗତ୍ ପ୍ରକାଶ ନଡ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଶ୍ରୀ ରାଧାମୋହନ ସିଂହ ନବନିର୍ବାଚିତ ରଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ନବନିର୍ବାଚିତ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡାଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ନଡ୍ଡା ଜଣେ ଅଭିଜ୍ଞ ରାଜନୈତିକ ଏବଂ ଜଣେ ସୁସଙ୍ଗଠକ । ଶ୍ରୀ ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ଦିନରେ ନୂତନ ଓଡିଶା ଗଠନ ହେବା ସହ ତୃଣମୂଳସ୍ତରର ସଙ୍ଗଠନକୁ ଆହୁରି ମଜଭୁତ କରାଯିବ । ଯୁବକ ମାନଙ୍କର ଅଭିନବ ଚିନ୍ତା ଶୈଳୀ ଏବଂ ଭିନ୍ନ ଭିନ୍ନ କାର୍ଯ୍ୟ ଦକ୍ଷତାକୁ ଆଧାର କରି ଦେଶ ବିକାଶ ଦିଗରେ ଅଗ୍ରଗତି କରିବ । ଆଗାମୀ ପିଢୀର ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ର ହିତରେ କାର୍ଯ୍ୟ କରିବା ପାଇଁ ପୋତ୍ସାହିତ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି ।

ନାଗରିକତା ସଂଶୋଧନ ଆଇନ ଆଉଟରିଚ ପୋଗ୍ରାମର ରାଷ୍ଟ୍ରୀୟ ସଂଯୋଜକ ଭାବେ ଶ୍ରୀ ଦାସ ଏବେ ଦେଶରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏହି ଆଇନ ସଂପର୍କରେ ସଚେତନ କରୁଛନ୍ତି । ବିରୋଧୀ କେବଳ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ସିଏଏ ବିରୁଦ୍ଧରେ କୁପ୍ରଚାର ଚଲାଇଛନ୍ତି । ଏହି ଆଇନ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଏବଂ ଏହାର ଉପକାରିତା ଜନମାନସରେ ପହଂଚାଇବା ଲାଗି ବିଜେପି ଏବଂ ଯୁବମୋର୍ଚ୍ଚା ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି ବାଲି ଶ୍ରୀ ଦାସ କହିଛନ୍ତି ।

Leave a Reply

Your email address will not be published. Required fields are marked *