CAA Outreach କାର୍ଯ୍ୟକ୍ରମର ରାଷ୍ଟ୍ରୀୟ ସଂଯୋଜକ ଭାବେ ଠାକୁର ରଂଜିତ ଦାସଙ୍କୁ ଦାୟୀତ୍ୱ

ଭୁବନେଶ୍ୱର,ତା.୧୦/୦୧(ଗ୍ରାଉଣ୍ଡ ଜିରୋ ଲାଇଭ):
ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି । ବରଂ ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି । ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ଜନତାଙ୍କୁ ସଚେତନ କରାଇବା ପାଇଁ ବିଜେପି ଯୁବମୋର୍ଚ୍ଚା ପକ୍ଷରି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।
ନାଗରିକତା ସଂଶୋଧନ ଆଇନ ସମ୍ବନ୍ଧରେ ସଚେତନତା ବାର୍ତା ପହଂଚାଇବା ପାଇଁ ଯୁବମୋର୍ଚ୍ଚା ପକ୍ଷରୁ ଅନଲାଇନ ମାଧ୍ୟମରେ ସଚେତନ କରାଯାଉଛି । ଏହା ସହ ସିଏଏ ସପକ୍ଷରେ ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି । ଟୁଇଟରରେ ମାଧ୍ୟମରେ #CAASahiHai ଟୁଇଟ କରି ଲୋକଙ୍କୁ ସଚେତନ କରାହେଉଛି । ଆଗାମୀ ୧୩ ତାରିଖ ଦିନ ଦେଶର ବିଭିନ୍ନ ସ୍ଥାନରେ ସିଏଏ ସମର୍ଥନରେ ମାନବଶୃଙ୍ଖଳ ଜରିଆରେ ଲୋକଙ୍କୁ ସଚେତନ କରାଯିବ ।

 

ଆଉଟରିଚ୍ ପୋଗ୍ରାମ ଦ୍ୱାରା ଜାନୁଆରୀ ୧୦ରୁ ଦେଶ ସମେତ ରାଜ୍ୟର ବିଭିନ୍ନ୍ ସ୍କୁଲ ଏବଂ କଲେଜ ମାନଙ୍କରେ ସେମିନାର ମାଧ୍ୟମରେ ସିଏଏ ସଂର୍ପକିତ ସୂଚନା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ମେଟ୍ରୋ ଷ୍ଟେସନ, ବସଷ୍ଟାଣ୍ଡ, କଲେଜ କ୍ୟାମ୍ପସ, ସରକାରୀ ଅଫିସ, ଶିଳ୍ପାଚଂଳ ମାନଙ୍କରେ ସିଏଏ ସଂର୍ପକିତ ସୂଚନା ଲିଫଲେଟ ଓ ପାଂପଲେଟ ମାଧ୍ୟମରେ ବଂଟନ କରିବେ । ସେହପରି ଉCAA Sahi hai ଷ୍ଟିକରକୁ ଘରମାନଙ୍କର କବାଟରେ ଲଗାଯାଇ ଲୋକଙ୍କୁ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଛି ।
ବିଜେପି ରାଷ୍ଟ୍ରୀୟ ଯୁବମୋର୍ଚ୍ଚାର ଅଧ୍ୟକ୍ଷା ଓ ସାଂସଦ ଶ୍ରୀମତୀ ପୁନମ ମହାଜନ ସିଏଏ ସଚେତନତା ସଂର୍ପକିତ ଆଉଟରିଚ କାର୍ଯ୍ୟକ୍ରମର ରାଷ୍ଟ୍ରୀୟ ମୁଖ୍ୟ ସଂଯୋଜକ ଭାବେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଠାକୁର ରଂଜିତ ଦାସଙ୍କୁ ଦାୟୀତ୍ୱ ଦେଇଛନ୍ତି । ନାଗରିକତା ସଂଶୋଧନ ଆଇନ କେବଳ ନାଗରିକତା ଦେବା ପାଇଁ ଉଦ୍ଦିଷ୍ଟ । ସମଗ୍ର ଦେଶରେ ବିରୋଧୀ କରୁଥିବା କୁପ୍ରଚାରରୁ ଦୂରରେ ରହିବାକୁ ଶ୍ରୀ ଦାସ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।

Leave a Reply

Your email address will not be published. Required fields are marked *