୧୪୪୧୦କୁ ଫୋନ୍ କରି ପାଇପାରିବେ ଚିକିତ୍ସା ପରାମର୍ଶ

ଭୁବନେଶ୍ୱର,07 ଏପ୍ରିଲ:

କରୋନା ସମ୍ପର୍କରେ ପରାମର୍ଶ ନେବା ପାଇଁ ଆଉ ଏକ ହେଲପଲାଇନ୍ ନମ୍ବର ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି । ସାଧାରଣ ଜନତା ଘରେ ଥାଇ ହେଲ୍ପଲାଇନ ନମ୍ବର-୧୪୪୧୦କୁ ଫୋନ କରି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପରାମର୍ଶ ପାଇପାରିବେ । ଏଥି ସହିତ ରୋଗୀଙ୍କୁ ଏହି ହେଲ୍ପଲାଇନ ମାଧ୍ୟମରେ ଡାକ୍ତରୀ ପରାମର୍ଶ ମଧ୍ୟ ମିଳିପାରିବ । ଏହି ହେଲ୍ପଲାଇନ ନମ୍ବର ୧୦୪ ଭଳି କାମ କରିବ ବୋଲି କହିଛନ୍ତି ସଚିବ ଡ. କ୍ରିଷ୍ଣ କୁମାର । କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀରେ ଡ. କ୍ରିଷ୍ଣ କୁମାର କହିଛନ୍ତି, ରାଜ୍ୟ ସରକାର ଟେଲିମେଡିସିନ ହେଲ୍ପଲାଇନ ନମ୍ବର-୧୪୪୧୦ ଖୁବ ଶୀଘ୍ର ଜାରି ହେବାକୁ କରବାକୁ ଯାଉଛନ୍ତି । ଟେଲିମେଡିସିନ ହେଲ୍ପଲାଇନରେ ଆଇଭିଆରଏସ ସିଷ୍ଟମ ବ୍ୟବସ୍ଥା ଅଛି । ଏହାରି ମାଧ୍ୟମରେ ଟେଲିମେଡିସିନ ପାଇଁ ନିଯୁକ୍ତ ହୋଇଥିବା ୩୦୦ ଡାକ୍ତର ଯୋଡ଼ି ହୋଇଯିବେ । ଲୋକେ ଏହି ଟେଲିମେଡିସିନ ହେଲ୍ପଲାଇନକୁ ଫୋନ କରି ଉପକୃତ ହେବେ ।ଏହି ସ୍ୱତନ୍ତ୍ର ଟେଲି ହେଲପ ଲାଇନ୍ ନମ୍ବର ହେଉଛି ୧୪୪୧୦ ।  ଆସନ୍ତାକାଲି ୧୧ଟାରୁ ଏହା କାର୍ଯ୍ୟକ୍ଷମ ହେବ ।

Leave a Reply

Your email address will not be published. Required fields are marked *