ବାହୁବଳୀ ପରେ ‘ସାହୋ’ ରେ ନଜର ଆସିବେ ପ୍ରଭାସ

             

ମୁମ୍ୱାଇ, 13/06(ଗ୍ରାଉଣ୍ତଜିରୋଲାଇଭ): ବାହୁବଳୀ ହିରୋ ପ୍ରଭାସଙ୍କ ବର୍ତ୍ତମାନର ବହୁ ପ୍ରତିକ୍ଷିତ ଫିଲ୍ମ ‘ସାହୋ’ ର ଟିଜର ହିନ୍ଦୀ, ତାମିଲ, ଓ ତେଲୁଗୁ ଭାଷାରେ ରିଲିଜ ହୋଇଛି । ପାୱାର ପ୍ୟାକେଜ ବିଶିଷ୍ଟ ଆକ୍ସନ ଭରା ଏହି ଫିଲ୍ମରେ ପ୍ରଭାସଙ୍କ ସହ ଶ୍ରଦ୍ଧା କପୁରଙ୍କ ଯୋଡି ଦେଖିବାକୁ ମିଳିବ । 1ମିନିଟ 39 ସେକେଣ୍ତର ଏହି ଟିଜରରେ ଭରପୁର ଆକ୍ସନର ଡୋଜ ରହିଛି । ପ୍ରଥମ ଝଲକରେ ମନ୍ଦିରା ବେଦୀ, ନୀଲ ନିତିନ ମୁକେଶ, ଜ୍ୟାକୀ ଶ୍ରଫ,ଚଙ୍କି ପାଣ୍ତେ ଆଦିଙ୍କୁ ଦେଖିବାକୁ ମିଳିଛି । ସାହୋ 15 ଅଗଷ୍ଟକୁ ରିଲିଜ ହେବ । ଏହାର ନିର୍ଦ୍ଦେଶକ ଅଛନ୍ତି ସୁଜିତ । ‘ବାହୁବଳୀ’ ପରେ ଏହା ପ୍ରଭାସଙ୍କ ପ୍ରଥମ ଫିଲ୍ମ । ଏହି ଫିଲ୍ମରେ ପ୍ରଭାସଙ୍କ ସହ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଆକ୍ସନ କରୁଥିବାର ଦେଖିବାକୁ ମିଳିବ । ‘ସାହୋ’କୁ ସବୁଠୁ ବଡ ଆକ୍ସନ ଏଣ୍ଟରଟେନର ଫିଲ୍ମ ବୋଲି କୁହାଯାଉଛି । ଏହାର ଟିଜରରୁ କାହାଣୀର ଅନ୍ଦାଜ କରିବା କଷ୍ଠକର, କାରଣ କାହାଣୀରେ ଅଛି ସସପେନ୍ସ । ‘ସାହୋ’ ଫିଲ୍ମରେ ଆକ୍ସନ ଦୃଶ୍ୟ ପାଇଁ ବହୁତ ପଇସା ଖର୍ଚ୍ଚ ହୋଇଛି । ଦୁବାଇର ବୂର୍ଜ ଖଲିଫାରେ ଫିଲ୍ମର ବହୁତ ଖତରନାକ ଆକ୍ସନ ଦୃଶ୍ୟର ସୁଟିଂ ହୋଇଛି । ଏହାର ଗ୍ରାଫିକ୍ସ ଖୁବ ଚମତ୍କାର ହୋଇଛି । ଟିଜର ପରେ ଦର୍ଶକଙ୍କୁ ଫିଲ୍ମର ଟ୍ରେଲରର ଅପେକ୍ଷା ରହିବ । ଆଶାକରାଯାଉଛି, ‘ବାହୁବଳୀ 2’ ଭଳି ‘ସାହୋ’ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିବ ।

Leave a Reply

Your email address will not be published. Required fields are marked *