ଏଣିକି ସେସୁ ନୁହେଁ ବିଦ୍ୟୁତ ଯୋଗାଇବ ଟାଟା ପାୱାର

ଭୁବନେଶ୍ୱର 24 ଡିସେମ୍ବର (ଗ୍ରାଉଣ୍ଡ ଜିରୋ ଲାଇଭ):

ଏଣିକି ସେସୁ ନୁହେଁ ବିଦ୍ୟୁତ ଯୋଗାଇବ ଟାଟା ପାୱାର । ସେଣ୍ଟ୍ରାଲ୍‌ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି ଅଫ ଓଡ଼ିଶା(ସେସୁ)ର ଆଜି ଘରୋଇକରଣ ହୋଇଛି। ପୂର୍ବରୁ ସେସୁ ଯେଉଁ ଅଞ୍ଚଳରେ ବିଦ୍ୟୁତ ଯୋଗାଣ କରୁଥିଲା ଏଣିକି ଟାଟା ସେହି ଅଞ୍ଚଳରେ ସେବା ଯୋଗାଇବ ବୋଲି ଜଣାପଡିଛି। ଏନେଇ ଟାଟା ପାଓ୍ୱାର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଏହା ଫଳରେ ସେସୁ ଅଧିନରେ ଥିବା ଓଡ଼ିଶାର ୫ଟି ସର୍କଲରେ ଟାଟା ପାୱାର ବିଦ୍ୟୁତ ସେବା ଯୋଗାଇବ । ଏହି ସର୍କଳ ଗୁଡିକ ହେଲା ଭୁବନେଶ୍ୱର ୧ ଓ ୨ ଏବଂ କଟକ, ପାରାଦ୍ୱୀପ, ଢେଙ୍କାନାଳ । ଏହି ସବୁ ଅଂଚଳରେ ବିଦ୍ୟୁତ ଯୋଗାଣ ଓ ପରିଚାଳନା ପାଇଁ ଟାଟା ପାୱାରକୁ ଓଡ଼ିଶା ନିୟାମକ ଆୟୋଗ ପକ୍ଷଯରୁ କ୍ଷମତା ଦିଆଯାଇଛି । ଏହା ଫଳରେ ଟାଟା ପାୱାର ଏହି ୫ଟି ସର୍କଲରେ ଆସନ୍ତା ୨୫ବର୍ଷ ଯାଏଁ ସେବା ଯୋଗାଇବ । ସେସୁର ଘରୋଇକରଣ ଚୁକ୍ତି ଅନୁସାରେ ବର୍ତ୍ତମାନ ଟାଟା ପାୱାର ପାଖରେ ୫୧ ପ୍ରତିଶତ ଅଂଶଧନ ରହିଥିବା ବେଳେ ରାଜ୍ୟ ସରକାରଙ୍କ ପାଖରେ ୪୯ ପ୍ରତିଶତ ଅଂଶଧନ ରହିବ।

Leave a Reply

Your email address will not be published. Required fields are marked *