ବିଧାନସଭାରେ କମ୍ପିଲେ ତାରା

ଭୁବନେଶ୍ୱର, ୦୧/୦୭(ଗ୍ରାଇଣ୍ଡଜିରୋଲାଇଭ):
କୃଷି ଓ କୃଷକ ପ୍ରସଙ୍ଗ ନେଇ ଆଜି ବିଧାନସଭାରେ କମ୍ପିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ପୂର୍ବରୁ ଏହି ପ୍ରସଙ୍ଗରେ ଅଲୋଚନା ପାଇଁ ବାରମ୍ଭାର ଦାବି ଉପସ୍ଥାପନା କରିଥିଲେ ତାରା । ତାଙ୍କ ସହ ଅନ୍ୟ କଂଗ୍ରେସ ବିଧାୟକ ମାନେ ମଧ୍ୟ ଏହି ପ୍ରସଙ୍ଗକୁ ଆଲୋଚନା କରାଯାଉ ବୋଲି ବିଧାନସଭା ଗୃହରେ ଦାବି କରିଥିଲେ । ଏ ପ୍ରସଙ୍ଗରେ ଆଲୋଚନା ନହେବାରୁ ବିଧାନସଭାରେ କମ୍ପିଥିଲେ ତାରା । ବାଚସ୍ପତିଙ୍କ ନିକଟକୁ ଯାଇ କାଗଜ ପତ୍ର ଛଡାଇ ଆଣିଥିଲେ । କଂଗ୍ରେସ ବିଧାୟକଙ୍କ ଗଣ୍ଡଗୋଳ ଯୋଗୁଁ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ବାରମ୍ଭାର ଚାଷୀଙ୍କ ପ୍ରସଙ୍ଗ ଆଲୋଚନା ପାଇଁ ତାରା ଲିଖିତ ପ୍ରସ୍ତାବ ଦେଇଥିବା ବେଳେ ବାଚସ୍ପତି ବିଧାନସଭାରେ ଆଲୋଚନା ନକରି ଏହି ପ୍ରସଙ୍ଗ ନ ଉଠାଇବାକୁ ବାଚସ୍ପତି ଧମକ ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ତାରା । ବାଚସ୍ପତି କେବଳ ଇଂରାଜିରେ କହି ଚାଷୀ ପ୍ରସଙ୍ଗକୁ ଅଣଦେଖା କରୁଛନ୍ତି । ନିରପେକ୍ଷ ନହୋଇ ଏକପାଖିଆ ହୋଇଯାଉଛନ୍ତି ବାଚସ୍ପତି । ତାଙ୍କର ଏହି ପରି ବ୍ୟବହାର ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ତାରା ।

Leave a Reply

Your email address will not be published. Required fields are marked *