ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ କରାଯିବ

ଭୁବନେଶ୍ୱର, ୦୩/୦୮(ଗ୍ରାଉଣ୍ଡ ଜିରୋ ଲାଇଭ):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମକୁ ରାଜ୍ୟର ପ୍ରତି ଜିଲ୍ଲାରେ ପହଂଚାଯିବ । ଏଥି ସହ ସ୍ୱଚ୍ଛତାର ବାର୍ତା ପ୍ରତି ଘରେ ଘରେ ପହଂଚାଇବାର ଲକ୍ଷ୍ୟ ରଖାଯାଇଛି । ରାଜ୍ୟ କାର୍ଯ୍ୟାଳୟରେ ସ୍ୱଚ୍ଛଭାରତ ଟିମର କାର୍ଯ୍ୟକାରିଣୀ ବୈଠକ ମହେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକାରିଣୀର ନିଷ୍ପତି ଅନୁଯାୟୀ ଆଗାମୀ ୧୦ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ଏବଂ ୧୧ ତାରିଖ ଦିନ ବରମୁଣ୍ଡା ବସଷ୍ଟାଣ୍ଡରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ବର୍ଷ ଶେଷ ସୁଦ୍ଧା ସାରା ଓଡିଶାର ସମସ୍ତ ଜିଲ୍ଲାରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave a Reply

Your email address will not be published. Required fields are marked *