କେନ୍ଦ୍ର ସରକାରଙ୍କୁ ଝଟକା, ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ନିଷ୍ପତ୍ତି ରଦ୍ଦ

ନୂଆଦିଲ୍ଲୀ, ୮/୧(ଗ୍ରାଉଣ୍ଡଜିରୋ ଲାଇଭ):

କେନ୍ଦ୍ର ସରକାରଙ୍କୁ  ସୁପ୍ରିମ୍‌ କୋର୍ଟଙ୍କ ଝଟ୍‌କା । ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ପଦରୁ ହଟାଇବା ପାଇଁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟ  ମଙ୍ଗଳବାର ରଦ୍ଦ କରିଛନ୍ତି। ଆଲୋକଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରି ଛୁଟିରେ ଯିବାକୁ ବାଧ୍ୟ କରାଯାଉଥିବା ଘଟଣାକୁ କୋର୍ଟ ଆଇନର ଉଲ୍ଲଂଘନ କହିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଛୁଟିରେ ଥିବାରୁ ବିଚାରପତି ସଞ୍ଜୟ କିଶନ କୌଲ ଏହି ରାୟ ଦେଇଛନ୍ତି। ଆଲୋକ ସିବିଆଇକୁ ଫେରିବେ ମାତ୍ର କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ଅଦାଲତ ସୂଚିତ କରିଛନ୍ତି।

Leave a Reply

Your email address will not be published. Required fields are marked *