ପାଇଖାନା ନିର୍ମାଣ କାର୍ଯ୍ୟ ପାଇଁ ରାତି ସାରା ଅନିଦ୍ରା ରହିଲେ ସୁନ୍ଦରଗଡ ଜିଲ୍ଲାପାଳ

ସୁନ୍ଦରଗଡ,୧୯/୧୧(ଗ୍ରାଉଣ୍ଡଜିରୋ ଲାଇଭ):
“ଟଏଲେଟ୍ ଏକ ପ୍ରେମ କଥା” ଶୁଣିଥିବେ, କିନ୍ତୁ ଟଏଲେଟ୍ ପାଇଁ କେହି ରାତି ଅନିଦ୍ରା ରହିଥିବା କଥା ଶୁଣି ନ ଥିବେ । ଏଠି ଅାମେ କୌଣସି ସାଧାରଣ ଲୋକର କଥା କହୁନାହୁଁ, ଖୋଦ ସୁନ୍ଦରଗଡର ଜିଲ୍ଲାପାଳ ପାଇଖାନା ନିର୍ମାଣ କାର୍ଯ୍ୟ ପାଇଁ ରାତି ସାରା ଅନିଦ୍ରା ରହିଛନ୍ତି । ବାହାରେ କେହି ମଳତ୍ୟାଗ କରିବେ ନାହିଁ, ସମସ୍ତେ ପାଇଖାନା ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରାଇବା ଉଦେଶ୍ୟରେ ଏଭଳି ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ।
ବିଶ୍ୱ ପାଇଖାନା ଦିବସରେ ଗାଁକୁ ସଂପୂର୍ଣ୍ଣ ବାହ୍ୟ ମଳମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଅନିଦ୍ରା ରହି କାମରେ ଲାଗିଛନ୍ତି । ଲୋକଙ୍କୁ ସଚେତନ କରାଇବା ସହ ୧୭ଟି ବ୍ଲକର ଗୋଟିଏ ଗାଁକୁ ବାହ୍ୟ ମଳ ମୁକ୍ତ ଗାଁ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।

Leave a Reply

Your email address will not be published. Required fields are marked *