ରାଜ୍ୟର ୯ଟି ଜିଲ୍ଲାର ୬୬ଟି ବ୍ଲକ୍ ମରୁଡ଼ି ପ୍ରଭାବିତ

ଭୁବନେଶ୍ୱର, ୦୧/୧୧(ଗ୍ରାଉଣ୍ଡଜିରୋ ଲାଇଭ) :

ରାଜ୍ୟର ୯ଟି ଜିଲ୍ଲାର ୬୬ଟି ବ୍ଲକ୍ ମରୁଡ଼ି ପ୍ରଭାବିତ ହୋଇଛି । ଏହିସବୁ ଗାଁର ୨ ଲକ୍ଷ ୩୩ ହଜାର ୧୭୩ ଦଶମିକ ୮ ହେକ୍ଟର ଚାଷ ଜମି ମରୁଡ଼ି ଦ୍ବାରା ପ୍ରଭାବିତ ହୋଇଛି । ଏହିସବୁ ବ୍ଲକରେ ୩୩ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଫସଲ ନଷ୍ଟ ହୋଇଛି । ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାର ଏହିସବୁ ବ୍ଲକ୍‌ ମରୁଡ଼ି ଦ୍ବାରା ପ୍ରଭାବିତ ହୋଇଛି ।ଏ ସଂପର୍କରେ ସ୍ବତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ୬ରିଲିଫ ସହାୟତା ଦେବାକୁ ଜିଲ୍ଲାପାଳ ମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

 

Leave a Reply

Your email address will not be published. Required fields are marked *