ଆଗାମି ନିର୍ବାଚନକୁ ଦୃଷ୍ଟିରେ ରଖି ସାଂଙ୍ଗଠନିକ ଦାୟିତ୍ୱ ବାଣ୍ଟିଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର, ୧୫/୦୯(ଗ୍ରାଉଣ୍ଡଜିରୋ ଲାଇଭ) :
ଗାମି ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରମୋ ବିଜେଡି ସାଂଗଠନିକସ୍ତରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଦଳବଦଳ କରିଛନ୍ତି । ବିଜେଡି ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ଦଳର ସାଧାରଣ ସଂପାଦକ ପ୍ରଶାନ୍ତ ନନ୍ଦଙ୍କ ସୂଚନାନୁଯାୟୀ, ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବରିଷ୍ଠ ପର‌୍ୟ୍ୟବେକ୍ଷକର, ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ପ୍ରଫୁଲ୍ଲ କୁମାର ମଲ୍ଲିକ, ଦଳର ରାଜ୍ୟ ସାଧାରଣ ସଂପାଦକ ଭାବେ ଡକ୍ଟର ନୃସିଂହ ଚରଣ ସାହୁ, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଭାବେ ଅଶୋକ ଚନ୍ଦ୍ର ପଣ୍ଡା, ଜଗତସିଂହପୁର ଜିଲ୍ଲା କାର‌୍ୟ୍ୟକାରୀ ସଭାପତି ଭାବେ ପ୍ରଶାନ୍ତ କୁମାର ମୁଦୁଲି, ଢେଙ୍କାନାଳ ଜିଲ୍ଲା ସହପର‌୍ୟ୍ୟବେକ୍ଷକ ଭାବେ ବିଜୟ କୁମାର ନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ପ୍ରତାପ ଜେନାଙ୍କୁ ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ସହ ନୂତନ ଭାବେ ଜଗତସିଂହପୁର ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *