ସାଇନାଙ୍କଠୁ ପରାସ୍ତ ହେଲେ ସିନ୍ଧୁ

ଅଷ୍ଟ୍ରେଲିଆ,୧୫/୦୪(ଗ୍ରାଉଣ୍ଡଜିରୋ ଲାଇଭ): ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟଠାରେ ଚାଲୁଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୧୮ର ଆଜି ହେଉଛି ଶେଷ ଦିନ । ଦୀର୍ଘ ୧୧ ଦିନ ବ୍ୟାପି ଚାଲିଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ ଆଜି ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ଆଜି ଶେଷ ଦିନରେ ଏକକ ମହିଳା ବ୍ୟାଡମିଂଟନ ପ୍ରତିଯୋଗୀତାର ଫାଇନାଲ ମ୍ୟାଚରେ ଦୁଇ ଭାରତୀୟ ଖେଳାଳି ସାଇନା ନେହ୍ୱାଲ ଓ ପି ଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ପାଇଁ ଲଢିଥିଲେ । ସେଥିରେ ଅଭିଜ୍ଞ ଖେଳାଳି ସାଇନା ନେହ୍ୱାଲ ପ୍ରତିଦ୍ୱନ୍ଦୀ ସିନ୍ଧୁଙ୍କୁ ୨୧-୧୮, ୨୩-୨୧ ଅନୁପାତରେ ହରାଇ ଭାରତ ପାଇଁ ୨୬ ତମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତେବେ ପି ଭି ସିନ୍ଧୁଙ୍କୁ ରୋପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ସେହିପରି ପୁରୁଷ ଏକକ ବ୍ୟାଡମିଂଟନର ଫାଇନାଲ ମ୍ୟାଚରେ ଭାରତୀୟ ଖେଳାଳି ଶ୍ରୀକାନ୍ତ ମାଲେସିଆର ପ୍ରତିଦ୍ୱନ୍ଦୀ ଲି ଚୋଙ୍ଗ ବିଙ୍କଠାରୁ ପରାସ୍ତ ହୋଇଥିବାରୁ ତାଙ୍କୁ ରୋପ୍ୟ ପଦକ ମିଳିଛି । ଚଳିତବର୍ଷ ଭାରତରୁ ୨୨୭ ଜଣ କ୍ରୀଡାବିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶ ଗ୍ରହଣ କରିଥିଲେ । ସେଥିରୁ ଭାରତକୁ ବର୍ତ୍ତମାନ ସୁଦ୍ଧା ୬୬ଟି ପଦକ ମିଳିସାରି ଥିବା ବେଳେ ସେଥିରେ ୨୬ଟି ସ୍ୱର୍ଣ୍ଣ, ୨୦ଟି ରୋପ୍ୟ ଓ ୨୦ଟି ବ୍ରୋଞ୍ଜ ପଦକ ସାମିଲ ଅଛି ।

Leave a Reply

Your email address will not be published. Required fields are marked *