କୁନୀ ଧୋନୀ ଜିଭାଙ୍କ ମସ୍ତି, ଦେଖନ୍ତୁ ଭିଡିଓ…

ଚେନ୍ନାଇ, ୧୧/୦୪: ପଡ଼ିଆରେ ଖେଳାଳିଙ୍କ ମଧ୍ୟରେ ମୁକାବିଲା କିନ୍ତୁ ଷ୍ଟାଡିୟମ ଗ୍ୟାଲେରୀର ଦୃଶ୍ୟ ଅଲଗା । ଖେଳ ପଡ଼ିଆରେ ଖେଳାଳି ନିଜ ନିଜର ପ୍ରତିଦ୍ୱନ୍ଦ୍ୱି ଥିବା ବେଳେ ଗ୍ୟାଲେରୀରେ ଦୁଇ ଦଳର ପ୍ରଶଂସକଙ୍କ ମଜଲିସ୍ । ମଙ୍ଗଳବାର ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ବେଳେ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ । ପଡ଼ିଆରେ ଚେନ୍ନାଇ ସୁପର କିଂଗ୍ସ ଓ କୋଲକତା ନାଇଟ୍ସ ରାଇଡର୍ସ ମଧ୍ୟରେ କଡ଼ା ମୁକାବିଲା ଚାଲିଥିଲା । ଠିକ୍ ସେହି ସମୟରେ ଷ୍ଟାଡିୟମ ଗ୍ୟାଲେରୀରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ ।
କୋଲକତା ନାଇଟ ରାଇଡର୍ସର ମାଲିକ ସୁପରଷ୍ଟାର ଶାହରୁଖ ଖାନ ଏବଂ ଧୋନୀଙ୍କ ଝିଅ ଜିଭା ଧୋନୀଙ୍କର ଫଟୋସୁଟ୍ ଚାଲିଥିଲା । କିଙ୍ଗ୍ ଖାନଙ୍କ ସହ ଭିନ୍ନ ଭିନ୍ନ ପୋଜରେ ଫଟୋ ଉଠାଉଥିଲେ କୁନୀ ଧୋନୀ । କେବଳ ସେତିକି ନୁହେଁ ଶାହରୁଖଙ୍କ ସହ ହାତ ମିଳାଇବା ଏବଂ ମ୍ୟାଚ୍ ସମୟରେ ଜିଭା ଧୋନୀ ଚେନ୍ନାଇକୁ ଚିୟର କରୁଥିବା ଭିଡିଓ ମଧ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ । ସେପଟେ କୋଲକତାର ୨୦୨ ରନର ବିଶାଳ ସ୍କୋରକୁ ପିଛା କରୁଥିଲା ଧୋନୀ ବାହିନୀ । କିନ୍ତୁ ଏପଟେ ଗ୍ୟାଲେରୀରେ ଉପସ୍ଥିତ ଦର୍ଶକ ଜିଭା ଓ ଶାହାରୁଖଙ୍କ ଫଟୋ ନେବାରେ ମଜି ଯାଇଥିଲେ ।

Leave a Reply

Your email address will not be published. Required fields are marked *