ଗିରଫ ହେବେ ଅଭିଜିତ ! ଜାମିନ୍ ଆବେଦନକୁ ନାମଞ୍ଜୁର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୦୪/୧୦(ଗ୍ରାଉଣ୍ଡଜିରୋ ଲାଇଭ) :
ଡ଼ିଶା ସଂସ୍କୃତି ପ୍ରତି ଅରୁଚିକର ମନ୍ତବ୍ୟ ପ୍ରଦାନ କରିଥିବା ଅଭିଜିତ ଆୟର ମିତ୍ରଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି । ଏହି ମାମଲାର ଶୁଣାଣି କରି ଅଭିଜିତଙ୍କୁ କୌଣସି ପ୍ରକାର ଆଇନଗତ ସୁରକ୍ଷା ଦିଆଯିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଲୋକମାନଙ୍କର ଧର୍ମୀୟଭାବନାକୁ ଆଘାତ ଦେଇଥିବାରୁ ଜେଲ ହିଁ ତୁମ ପାଇଁ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି । ଏହି ଶୁଣାଣି ପରେ ଅଭିଜିତ ଆୟର ମିତ୍ରର ପରେ ସେ ଗିରଫ ହେବା ନିଶ୍ଚିତ ହୋଇଯାଇଛି ।ସୂଚନାନୁଯୋଗ୍ୟ, ଗତ ମାସରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଅଭିଜିତ ଆୟର ମିତ୍ର ଏବଂ ଆଉ ଜଣେ ମହିଳାଙ୍କୁ ହେଲିକପ୍ଟର ଯୋଗେ ପୁରୀ, କୋଣାର୍କ ଓ ଚିଲିକା ବୁଲି ଦେଖାଇଥିଲେ । ଅଭିଜିତ କୋଣାର୍କ ମନ୍ଦିର ପରିସରରେ ଠିଆହୋଇ କୋଣାର୍କ ନିର୍ମାଣ ଶୈଳୀ ସଂପର୍କରେ ଅରୁଚିକର ମନ୍ତବ୍ୟ ପ୍ରଦାନ କରିଥିଲେ ଏବଂ ତାହାକୁ ଟ୍ବିଟରରେ ପୋଷ୍ଟ କରିଥିଲେ । ଟ୍ବିଟକୁ ନେଇ ସମଗ୍ର ରାଜ୍ୟରେ ଝଡ ସୃଷ୍ଟି ହୋଇଥିଲା । ଏତିକିବେଳେ ଅଭିଜିତଙ୍କ ଆଉ ଏକ ପୁରୁଣା ଟ୍ବିଟ୍ ସାମ୍ନାକୁ ଆସିଥିଲା । ପୁରୁଣା ଟ୍ବିଟ୍ ରେ ଅଭିଜିତ ଜଗନ୍ନାତ କୋଲକତାର ଏବଂ ଓଡିଆମାନେ ତାଙ୍କୁ ଚୋରୀ କରି ଆଣିଛନ୍ତି ବୋଲି ଲେଖିଥିଲେ । ସେହିଭଳି ଓଡିଶା ପଶ୍ଚିମବଙ୍ଗର ଏକ ଜଙ୍ଗଳ ଅଞ୍ଚଳ ଥିଲା ବୋଲି ଅଭିଜିତ ଲେଖିବା ସହ ଓରି-ଶଳାରୁ ଓଡିଶାର ନାଁ ଆସିଛି ବୋଲି ଲେଖିଥିଲେ । ଏହାକୁ ନେଇ ସମଗ୍ର ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ବିଭିନ୍ନ ସ୍ଥାନରେ ଅଭିଜିତ ବିରୋଧରେ ମାମଲା ଦାୟର ହୋଇଥିଲା ।

 

Leave a Reply

Your email address will not be published. Required fields are marked *