‘ଭୟ ନକରି ସାହସ ଏକଜୁଟ୍ କର’; ବାଲୁକା କଳାରେ ସୁଦର୍ଶନଙ୍କ ବାର୍ତ୍ତା

ପୁରୀ, 10/10(ଗ୍ରାଉଣ୍ଡଜିରୋ ଲାଇଭ):

ମ୍ଭାବ୍ୟ ବାତ୍ୟା ‘ତିତଲି’କୁ ନେଇ ଏବେ ରାଜ୍ୟବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ସାମୁଦ୍ରିକ ଝଡ଼ ତିତଲୀ ସ୍ଥଳଭାଗକୁ ଛୁଇଁଲା ବେଳେ ପବନର ବେଗ ଘଣ୍ଟାପ୍ରତି ପାଖାପାଖି 165 କିମି ସମ୍ଭାବନା ରହିଛି । ଭୟ ଦ୍ୱାରା ନୁହେଁ ବର ସାହସ ଯୋଗାଡ଼ କରିବାକୁ ଏକ ବାଲୁକା କଳା ଦ୍ୱାରା ଅନୁରୋଧ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସମୁଦ୍ର ବେଳାଭୂମିରେ ଏନେଇ ଏକ ବିଶାଳ ବାଲୁକା କଳା ତିଆରି କରିଛନ୍ତି । ବାଲୁକା କଳା ଜରିଆରେ ସେ କହିଛନ୍ତି ଯେ, “ଭୟ କରନ୍ତୁ ନାହିଁ ବରଂ ସାହସ ଏକଜୁଟ୍ କରନ୍ତୁ’ । ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଅନ୍ୟକୁ ସାହସ ଓ ସାହାଯ୍ୟ ଯୋଗାଇବା ଦରକାର । ଭୟ ଆବଶ୍ୟକ ନୁହେଁ ବୋଲି ସୁଦର୍ଶନ ବାର୍ତ୍ତା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *