‘ବସୁଧା’ ଯୋଜନାରେ ଲୁଣି ଅଞ୍ଚଳରେ ସମସ୍ତଙ୍କ ପାଇଁ ମିଳିବ ମିଠା ପାଣି

ପୁରୀ,୨୨/୧୧(ଗ୍ରାଉଣ୍ଡଜିରୋ ଲାଇଭ) :
ଆଜି ପୁରୀ ଓ ଗଞ୍ଜାମ ଜିଲ୍ଲାର ମୋଟ୍ ୧୪୭ଟି ଗାଁକୁ ବୃହତ ପାନୀୟ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ପୁରୀ ଜିଲ୍ଳାର କୃଷ୍ଣପ୍ରସାଦ ବ୍ଲକର ୯୨ଟି ଓ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ୫୫ଟି ଗାଁକୁ ମିଳିବ ବିଶୁଦ୍ଧ ପିଇବା ପାଣି । ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଠାରୁ ଏହି ଯୋଜନାର ଉଦଘାଟନ କରିଛନ୍ତି । ଅଂଚଳରେ ବସୁଧା ଯୋଜନାରେ ମିଠା ପିଇବା ପାଣି ଯୋଗାଇବା ପାଇଁ ସରକାରଙ୍କର ଏହି ଯୋଜନା ପ୍ରସ୍ତୁତ କରାଯାଇଛି ।

ଏହି ପାନୀୟଜଳ ପ୍ରକଳ୍ପ ନିର୍ମାଣ ପାଇଁ ପାଖାପାଖି ୧୮୩ କୋଟି ଟଙ୍କା ବ୍ୟୟ ବରାଦ କରାଯିବାର ଯୋଜନା ରହିଛି । କୃଷ୍ଣପ୍ରସାଦ ବ୍ଲକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଏହି ବସୁଧା ଯୋଜନାରେ ୧୪୭ଟି ଗାଁ ଉପକୃତ ହେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *