ଜୀବନକୁ ଦେଖିବା ପୂର୍ବରୁ ଜୀବନ ହାରିଲା ସାଲେପୁର ପୀଡ଼ିତା ନାବାଳିକା

କଟକ,୨୯/୦୪(ଗ୍ରାଉଣ୍ଡଜିରୋ ଲାଇଭ): ଜୀବନକୁ ଭଲ ଭାବେ ଦେଖିବା ପୂର୍ବରୁ କୁନି ଝିଅଟି ଅାଖି ବୁଜିଲା । ଶେଷରେ କଟକ ବଡ଼ ମେଡିକାଲରେ ଆଖି ବୁଜିଲା ସାଲେପୁର ପୀଡ଼ିତା ନାବାଳିକା । ୮ ଦିନ ଧରି ଏସସିବି ଶିଶୁ ବିଭାଗ ଅାଇସିୟୁରେ ମୃତ୍ୟୁ ସହିତ ସଂଗ୍ରାମ କରିବା ପରେ ଆଜି ଜୀବନ ଯୁଦ୍ଧରେ ହାରିଯାଇଛି । ଗତ ୨୧ ତାରିଖ ଦିନ ନାବାଳିକାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା ।
ଅଭିଯୋଗ ଅନୁସାରେ ଘଟଣା ଦିନ ସନ୍ଧ୍ୟାରେ ନାବାଳିକା ଜଣଙ୍କ ଚକଲେଟ୍‌ ଆଣିବା ପାଇଁ ଘରୁ ବାହାରକୁ  ଯାଇଥିଲେ ।  ତେବେ ଦୀର୍ଘ ସମୟ ଧରି ସେ ଘରକୁ ନଫେରିବା ପରେ ପରିବାର ଲୋକେ ଖୋଜାଖୋଜି ଅାରମ୍ଭ କରିଥିଲେ । ଏହାପରେ ନିକଟସ୍ଥ ସ୍କୁଲ ବାରଣ୍ଡାରୁ ମୁମୂର୍ଷୁ ଅବସ୍ଥାରେ ନାବାଳିକା ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଶିଶୁଟିକୁ ସଙ୍ଗେ ସଙ୍ଗେ ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ଏକ ୧୩ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲା । ସେପଟେ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ଏମ.ଡି. ମୁସ୍ତାଫାକୁ ପୋଲିସ ଗିରଫ କରିସାରିଛି ।
ନାବାଳିକା ଦୁଷ୍କର୍ମକାରୀଙ୍କୁ ଦଣ୍ଡବିଧାନ କଡ଼ାକଡ଼ି ହେବା ପରେ ସଂପୃକ୍ତ ଘଟଣାରେ ଅଭିଯୁକ୍ତକୁ ଫାଶି ଦଣ୍ଡ ଦେବା ପାଇଁ ପୀଡ଼ିତାଙ୍କ ପରିବାର ଲୋକ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *