ସାଵରୀମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ନେଇ ବିବାଦ ଜାରି

କେରଳ, ୧୯/୧୦(ଗ୍ରାଉଣ୍ଡଜିରୋ ଲାଇଭ):
କେରଳର ସାଵରୀମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ନେଇ ଜାରି ରହିଛି ବିବାଦ । ମହିଳାଙ୍କ ପ୍ରବେଶକୁ ବିରୋଧ କରି ଏହି ରାସ୍ତାରେ ପୁରୁଷ ଭକ୍ତମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି | ବୁଧବାର ଠାରୁ ଆରମ୍ଭ ହୋଇଥିବା ଛକାପଞ୍ଝା ଆଜି ମଧ୍ୟ ଜାରି ରହିଛି | ମନ୍ଦିରକୁ ମହିଳାମାନେ ପ୍ରବେଶ କରି ପାରିବେ ବୋଲି ଗତ ସେପ୍ଟେମ୍ବର ୨୮ ତାରିଖରେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ | ଶହ ଶହ ବର୍ଷର ଏହି କଟକଣାକୁ ଉଠେଇଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି | ହେଲେ ପ୍ରବଳ ବିରୋଧ ଯୋଗୁଁ ମନ୍ଦିରକୁ ମହିଳା ଭକ୍ତ ପ୍ରବେଶ କରିପାରିନାହାନ୍ତି | ମନ୍ଦିରକୁ ଯିବା ପାଇଁ ସାଢେ ଚାରି କି:ମି: ପାହାଡି ରାସ୍ତାରେ ଚାଲି ଚାଲି ଯିବାକୁ ପଡେ | ତେବେ  ସ୍ଥିତି ଉତ୍ତେଜନା ପ୍ରବଣ ରହିଥିବାରୁ ପୁରା ଇଲାକାରେ ପୋଲିସ ମୃତୟନ କରାଯାଇଛି | ଗୋଟିଏ ପଟେ କୋର୍ଟଙ୍କ ନିର୍ଦେଶ ଓ ଅନ୍ୟପଟେ ଶହ ଶହ ବର୍ଷର ପରମ୍ପରା ମଧ୍ୟରେ ଫସି ଯାଇଛନ୍ତି କେରଳ ସରକାର |୧୦ ବର୍ଷ ବୟସରୁ ୫୦ ବର୍ଷ ବୟସ ମଧ୍ୟରେ ମହିଳା ଭକ୍ତ ପରମ୍ପରା ଭାଙ୍ଗି ମନ୍ଦିର ଭିତରକୁ ନ ଆସିବାକୁ ମନ୍ଦିରର ମୁଖ୍ୟ ପୂଜକ ନିବେଦନ କରିଛନ୍ତି |

Leave a Reply

Your email address will not be published. Required fields are marked *