ପୁରୀରେ ମର୍ମତୁନ୍ତ ସଡକ ଦୁର୍ଘଟଣା ! ମୃତକଙ୍କ ପିଛା ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ,୫/୦୯(ଗ୍ରାଉଣ୍ଡଜିରୋ ଲାଇଭ): ପୁରୀ ଜିଲ୍ଲା ଅନ୍ତର୍ଗତ ସୁକଳ ଭାଇଲିପୁର ନିକଟରେ ଆଜି ଭୋର୍‌ ପ୍ରାୟ ୫ଟା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୫ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇ ଥିବା ବେଳେ ୧୨ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ୧୨ ଜଣଙ୍କୁ ଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାଯାଇଛି । ଗୁରୁତର ଜଣଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଛି । ମୃତାହତମାନେ ଗଂଜାମ ଜିଲ୍ଲା ଅଞ୍ଚଳର ବୋଲି ଜଣାପଡିଛି ।ସୂଚନାନୁଯାୟୀ, ବ୍ରହ୍ମପୁର ଇଚ୍ଛାପୁର ନିକଟସ୍ଥ ଜରଡ଼ା ଥାନା ଅନ୍ତର୍ଗତ ଲାଲ କମଙ୍ଗା ଗ୍ରାମର ଏକ ପରିବାର ଓ କିଛି ସଂପର୍କୀୟ ଅସ୍ଥି ବିସର୍ଜନ ପାଇଁ ଏକ ବଲେରୋରେ ପୁରୀ ଆସୁଥିଲେ । ମହୋଦଧିରେ ସେମାନେ ଅସ୍ଥି ବିସର୍ଜନ କରିଥାଆନ୍ତେ । କିନ୍ତୁ ସେମାନଙ୍କ ଗାଡ଼ିଟି ନୂଆ ଜଗନ୍ନାଥ ସଡ଼କର ସୁକଳ ଭାଇଲିପୁର ନିକଟରେ ଭାରସାମ୍ୟ ହରାଇ ଏକ ନୟନଜୋରିକୁ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ମୃତକମାନେ ହେଲେ, କେ.କୃଷ୍ଣା, କ୍ଷମାବତୀ, ୟମାବତି, ଅର୍ଣ୍ଣବ ଓ ଜଗଦୀଶ। ଚନ୍ଦନପୁର ଥାନା ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି । ଅପରପକ୍ଷେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ମୃତକଙ୍କ ପିଛା ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *