ତନୁଶ୍ରୀଙ୍କ ଉପରେ ବର୍ଷିଲେ ରାକ୍ଷୀ ସାଓ୍ୱନ୍ତ ! ଦେଖନ୍ତୁ କ’ଣ କହିଲେ ରାକ୍ଷୀ

ମୁମ୍ବାଇ, ୦୧/୧୦(ଗ୍ରାଉଣ୍ଡଜିରୋ ଲାଇଭ) :
ଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ୧୦ବର୍ଷ ପୁରୁଣା ଯୌନ ଶୋଷଣ ମାମଲାରେ ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁଯାୟୀ, ୨୦୦୮ରେ ଆସିଥିବା ଫିଲ୍ମ  ‘ହର୍ଣ୍ଣ ଓକେ ପ୍ଲିଜ’ର ସେଟରେ ନାନା ପାଟେକର ତାଙ୍କ ସହିତ ଜୋରଜବରଦସ୍ତ କରିଥିବା ସେ କହିଛନ୍ତି । ଏହି ଅଭିଯୋଗକୁ ଭିତ୍ତି କରି ତନୁଶ୍ରୀଙ୍କୁ ଅନେକ କଳାକାର ସମର୍ଥନ କରୁଥିବା ବେଳେ, ନାନା ପାଟେକର ତନୁଶ୍ରୀଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନେବେ ବୋଲି ସୂଚନା ଦେଇଛନ୍ତି । 

ସେହିପରି ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ’ରେ ଅଭିନୟ କରିଥିବା ରାକ୍ଷୀ ସାଓ୍ୱନ୍ତ ତନୁଶ୍ରୀଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି । ରାକ୍ଷୀଙ୍କ କହିବାନୁଯାୟୀ, ସେ ମରିବା ଯାଏଁ ନାନା ପାଟେକରଙ୍କୁ ସମର୍ଥନ କରିବେ କାରଣ ତନୁଶ୍ରୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ତନୁଶ୍ରୀ କେବଳ ପବ୍ଲିସିଟି ପାଇଁ ଏହିପରି  କରିଥାଇ ପାରନ୍ତି ।

 ଦେଖନ୍ତୁ ଭିଡିଓ:-

https://dai.ly/x6ufsmq

Leave a Reply

Your email address will not be published. Required fields are marked *