ଆଜି ସଜବାଜ କାଲି ରଜ

ଭୁବନେଶ୍ୱର, ୧୩/୦୬(ଗ୍ରାଉଣ୍ଡଜିରୋଲାଇଭ):
ରଜକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା । ଏଥି ପାଇଁ ସାରା ରାଜ୍ୟରେ ଗାଁ ଠାରୁ ଅରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ସଜବାଜ ଆରମ୍ଭ ହୋଇଗଲାଣି । ଯେହେତୁ ରଜ ହେଉଛି ଓଡିଶାର ସବୁଠାରୁ ବଡ ପର୍ବ ସେଥି ପାଇଁ ରଜ୍ୟର ପ୍ରତ୍ୟେକ ସ୍ଥାନରେ ଅତି ଧୁମଧାମର ସହ ରଜକୁ ପାଳନ କରନ୍ତି । କାରଣ ବରଷକେ ଥରେ ଆସେ ଏ ରଜ, ସମସ୍ତେ ହୁଅନ୍ତି ସଜବାଜ । ଏହି ପର୍ବଟିକୁ ୩ଦିନ ପାଳନ କରାଯାଏ, ପହିଲି ରଜ, ରଜ ସଂକ୍ରାନ୍ତି ଏବଂ ଶେଷ ରଜ । ଏହାକୁ ମୁଖ୍ୟତଃ ଓଡିଆଣୀ ଝିଅ ମାନେ ପାଳନ କରନ୍ତି, ସେଥି ପାଇଁ ରଜର ପୂର୍ବ ଦିନ ମାନେ ଆଜିକୁ ସଜବାଜର ଦିନ ଭାବେ ହାତରେ ମେହେନ୍ଦି ପାଦରେ ଅଳତା ଓ ନୂଆ ଜାମାପିନ୍ଧି ପାଳନ କରୁଛନ୍ତି । ଏଥି ମଧ୍ୟରୁ ଓଡିଶାର ରାଜଧାନୀ ମଧ୍ୟ ବାଦ୍ ପଡିନାହିଁ । ରାଜଧାନୀର କୋଣ ଅନୁକୋଣରେ ମଧ୍ୟ ଆରମ୍ଭ ହୋଇଗଲାଣି ରଜ ପାଇଁ ସଜବାଜ । ସାରା ସହର ଏବେ ରଜ ପାଇଁ ପୂରା ଉତ୍ସବ ମୁଖର ହୋଇ ଉଠିଛି । ରଜ ପାଇଁ ସଂନ୍ଧ୍ୟା ହେଲେ ବଜାରରେ ଭିଡ ଜମିବା ଆରମ୍ଭ ହୋଇଯାଉଛି । ୧୧ ବର୍ଷ ହେବ ରାଧାନୀର ପାନ୍ଥନିବାସରେ ରଜ ପାଳନ କରାଯାଇଛି । ଏବର୍ଷ ମଧ୍ୟ ସେଠାରେ ରଜ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି । ଖାଲି ପାନ୍ଥନିବାସ ନୁହେଁ ଭୁବନେଶ୍ୱରର ଅନେକ ସ୍ଥାନରେ ସଜବାଜ ଅରମ୍ଭ ହୋଇଯାଇଛି । ବାତ୍ୟା ଫୋନି ପାଇଁ ଅନେକ ଗଛ ଉପୁଡି ଯାଇଥିବାରୁ ଏଥର ଦୋଳି ସଂଖ୍ୟା ଟିକିଏ କମ୍ ରହିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *