ଫୋନି ନେଇଗଲା ରଜ ଦୋଳି

ଭୁବନେଶ୍ୱର, ୧୪/୦୬(ଗ୍ରାଇଣ୍ଡଜିରୋଲାଇଭ):
ଆଜି ହେଉଛି ପହିଲି ରଜ । ର୍ଗା ଠୁ ସହର ଉତ୍ସବ ମୁଖର । କିନ୍ତୁ ରାଜ୍ୟର ଅନେକ ସ୍ଥାନରେ ରଜ ଦୋଳି ଖେଳିବାକୁ ବଂଚିତ ହୋଇଛନ୍ତି ହଜାର ହଜାର ଝିଅ । ଗତ ବାତ୍ୟା ଫୋନି ର ପ୍ରଭାବରେ ଅନେକ ଗଛ ଭାଙ୍ଗିଯାଇଥିବା ହେତୁ ଆଜି ଏମିତି ଦୁର୍ଦଶା ଦେଖିବାକୁ ମଳିଛି । ଯଦ୍ୱାରା ଆଜି ଭଳି ଏକ ଗଣ ପର୍ବରେ ଶଙ୍ଖ କ୍ଷେତ୍ର ପୁରୀ ଏବଂ ତା ଆଖ ପାଖ ଅଂଚଳରେ ଆଗ ଭଳି ଦୋଳି ଦେଖିବାକୁ ମିଳୁନାହିଁ ବାତ୍ୟା ଫୋନି ପୁରୀରେ ଲ୍ୟାଣ୍ଡଫଲ କରି ଏମିତି ଦାଣ୍ଡବ ରଚେଇ ଦେଇଯାଇଛି ଯେ ଯାହା ପାଇଁ ପୁରୀବାସୀ ଆଜିବି ଦୁଃଖରେ ଅଛନ୍ତି । କେଉଁଠି ଖାଇବାକୁ ପାଉନାହାନ୍ତିତ ଆଉ କେଉଁଠି ବିଜୁଳିର ସଂଯୋଗ ମଧ୍ୟ ଏପର୍ଯ୍ୟନ୍ତ ହୋଇପାରିନାହିଁ । ଆଜି ଭଳି ଏକ ଦିନରେ ଗୋଟିଏ ପଟେ ରାଜ୍ୟର ଅନେକ ସ୍ଥାନରେ ଝିଅ ମାନେ ସଜେଇ ହୋଇ ନୁଆ ଜାମା ପିନ୍ଧି ରଜ ମଉଜ ପାଳନ କରୁଥିବା ବେଳେ ଆଉ ଗୋଡିଏ ସ୍ଥାନରେ ଝିଅ ମାନେ ଦୋଳି ଖେଳିବା ଦୂରର କଥା ରହିବା ଓ ଖାଇବାକୁ ମଧ୍ୟ ସୁବିଧା ମଳିନାହିଁ । କେବଳ ପୁରୀ ନୁହେଁ ରାଜ୍ୟରେ ଅନେ ସ୍ଥାନରେ ଏହି ଭଳି ଅବସ୍ଥା ଦେଖିବାକୁ ମିଳିଛି । କିଛି ସ୍ଥାନରେ ବାଉଁସ ଭିଡି ଦୋଳି ଖେଳୁଛନ୍ତି ତ ଆଉ କିଛି ସ୍ଥାନରେ ଘରର ବାଲକୋନିରେ ଦୋଳି ଲଗାଇ ଖେଳୁଛନ୍ତି ।

Leave a Reply

Your email address will not be published. Required fields are marked *