ବର୍ଷା ଅଟକାଇଲା ବିରାଟବାହୀନିର ବିଜୟ ରଥ, ଦ୍ୱିତୀୟ ଟି-୨୦ ବାତିଲ

ମେଲବୋର୍ନ,୨୩/୧୧(ଗ୍ରାଉଣ୍ଡଜିରୋ ଲାଇଭ):
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ବର୍ଷା ପାଇଁ ବାତିଲ ହୋଇଯାଇଛି । ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିବାକୁ ପଡିକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳ ଇନିଂସ ଆରମ୍ଭରୁ କ୍ରମାଗତ ୱିକେଟ ହରାଇଥିଲା । ଦଳ ୧୯ ଓଭର ସୁଦ୍ଧା ୭ ୱିକେଟ ହରାଇ ୧୩୭ ରନ୍‌ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ବେନ ମ୍ୟାକଡର୍ମେଟ ୩୨ ରନ୍‌ କରି ଅପରାଜିତ ଥିବାବେଳେ ଗ୍ଲେନ ମ୍ୟାକ୍ସଓ୍ବେଲ ୧୯ ଓ ନାଥନ କୁଲ୍ଟରନାଇଲ ୧୮ ରନ୍‌ କରିଥିଲେ । ଭାରତ ପକ୍ଷରୁ ପକ୍ଷରୁ ଭୁବନେଶ୍ୱର କୁମାର ଓ ଖଲିଲ ଅହମ୍ମଦ ୨ ଲେଖାଏଁ ୱିକେଟ ନେଇଥିଲେ ।

ବର୍ଷା ଲାଗି ରହିବାରୁ ଖେଳ ହୋଇପାରି ନ ଥିଲା । ଭାରତକୁ ପ୍ରଥମେ ୧୯ ଓଭରରେ ୧୩୭ ରନର ଟାର୍ଗେଟ ମିଳିଥିଲା, କିନ୍ତୁ ବର୍ଷା ହେବାରୁ ଭାରତ ପାଳି ଆରମ୍ଭ ହୋଇପାରି ନ ଥିଲା । ପୁଣିଥରେ ଭାରତକୁ ଡିଏଲ୍ ନିୟମ ଅନୁସାରେ ୧୧ ଓଭରରେ ୯୦ ରନ୍ ଟାର୍ଗେଟ ମିଳିଥିଲା କିନ୍ତୁ ବର୍ଷା ପୁଣି ହୋଇଥିଲା । ଶେଷରେ ଭାରତକୁ ୫ ଓଭରରେ ୪୬ ରନର ଟାର୍ଗେଟ ମିଳିଥିଲା କିନ୍ତୁ ବର୍ଷା ନ ଛାଡିବାରୁ ମ୍ୟାଚକୁ ବାତିଲ କରାଯାଇଥିଲା ।  ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଅଷ୍ଟ୍ରେଲିଆ ଦଳ ୧-୦ ବ୍ୟବଧାନରେ ଆଗୁଆ ରହିଛି । ତେବେ ଭାରତର ସିରିଜ ବିଜୟ ଆଶା ମାଟିରେ ମିଶି ଯାଇଛି । ବିଗତ 7ଟି ଟି-20 ସିରିଜରେ ଅପରାଜୟ ରହିଥିବା ଭାରତର ବିଜୟ ରଥକୁ ଶେଷରେ ବର୍ଷା ଅଟକାଇଛି । ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ୨୫ ତାରିଖରେ ସିଡ୍‌ନୀ କ୍ରିକେଟ ଗ୍ରାଣ୍ଡରେ ଖେଳାଯିବ ।

Leave a Reply

Your email address will not be published. Required fields are marked *