ରେଳ ଷ୍ଟେସନ ନୁହେଁ, ଆଦର୍ଶ ବିଦ୍ୟାଳୟ

ବିହାର, ୧୨/୦୨(ଗ୍ରାଉଣ୍ଡଜିରୋ ଲାଇଭ): ବିହାରର ସମସ୍ତିପୁର ଜିଲ୍ଲାରେ ପିଲାମାନେ ସକାଳୁ ଉଠି ବସ୍ତାନୀ ଧରି ଯାଇ ରେଳ ଡବାରେ ବସିପଡ଼ନ୍ତି । ଏହି ଡବା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ତିଆରି କରୁଥିବା କାରଖାନା । ହଁ ଆଜ୍ଞା ଆପଣମାନଙ୍କୁ କହି ରଖୁଛୁ କି ଏହି ରେଳ ଗାଡ଼ି ସେମାନଙ୍କୁ କୁଆଡେ ନେଇ କରି ଯାଏନି । ଏହା ହେଉଛି ସେମାନଙ୍କ ସ୍କୁଲ । ଯଦି ଆପଣ ଚିତ୍ରରେ ଧ୍ୟାନ ଦେବେ ତାହାଲେ ଜାଣି ପାରିବେ ଯେ ଏହା କୌଣସି ରେଳଗାଡ଼ିର ଡବା ନୁହେଁ, ସ୍କୁଲର ଶ୍ରେଣୀ ଗୃହ ଯାହାକୁ ରେଳ ଗାଡି ପରି ଚିତ୍ରଣ କରାଯାଇଛି । ଏହାକୁ ‘ଶିକ୍ଷା ଏକ୍ସପ୍ରେସ’ ଭାବେ ନାମକରଣ କରାଯାଇଛି । ସମସ୍ତିପୁରରେ ପିଲାମାନଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ଏଭଳି ଚିତ୍ରଣ କରାଯାଇଛି । ସମସ୍ତିପୁର ନନ୍ଦିନୀସ୍ଥିତ ଏକ ଆଦର୍ଶ ମଧ୍ୟ ବିଦ୍ୟାଳୟରେ ପିଲାମାନଙ୍କ ସ୍କୁଲ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ସ୍କୁଲ ପ୍ରଶାସନ ଏଭଳି ପନ୍ଥା ଆପଣାଇଛି ।

Leave a Reply

Your email address will not be published. Required fields are marked *