ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ନୂଆଦିଲ୍ଲୀ, ୨୦/୦୭(ଗ୍ରାଉଣ୍ଡଜିରୋ ଲାଇଭ) : ସଂସଦରେ ଅନାସ୍ଥା ଆଲୋଚନା ବେଳେ  ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜର ଅଭିଭାଷଣ ଶେଷ କରି ମୋଦିଙ୍କ ଆସନ ନିକଟକୁ ଯାଇ ତାଙ୍କୁ ଆଲିଙ୍ଗନ କରିଛନ୍ତି। ଅଚାନକ ରାହୁଲ ଗାନ୍ଧୀଙ୍କ ଏହି ବ୍ୟବହାର ଦେଖି ପ୍ରଧାନମନ୍ତ୍ରୀ ମଧ୍ୟ ଚକିତ ହୋଇଯାଇଛନ୍ତି। ଉଭୟ କେନ୍ଦ୍ର ସରକାର  ଓ ମୋଦିଙ୍କ ଉପରେ ବର୍ଷିଲା ପରେ ଏହି ଦୃଶ୍ୟକୁ ନେଇ ଉପସ୍ଥିତ ବିଭିନ୍ନ ଦଳର ସାଂସଦମାନଙ୍କ ମୂୁହଁରେ କୌତୁହଳର ହସ ଦେଖିବାକୁ ମିଳିଥିଲା । ମୋଦୀ ମଧ୍ୟ ତୁରନ୍ତ ରାହୁଲଙ୍କ ସହ ହାତ ମିଳାଇ ତାଙ୍କୁ ଶୁଭକାମନା  ଦେଇଥିଲେ ।

 

Leave a Reply

Your email address will not be published. Required fields are marked *