୨୫ରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ଭୁବନେଶ୍ୱର, ୦୮/୦୧(ଗ୍ରାଉଣ୍ଡଜିରୋ ଲାଇଭ):

୩ରାଜ୍ୟରେ ବିଜେପିକୁ ପରାସ୍ତ କରି ସରକାର ଗଢ଼ିବା ପରେ ରାହୁଲଙ୍କ ନଜର ଏବେ ଓଡ଼ିଶା ଉପରେ । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏକାଧିକ ଥର ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହି ଗସ୍ତରେ ରାହୁଲ ଗାନ୍ଧୀ ଦିନ ୧୦ଟାରେ ବୁଦ୍ଧିଜୀବିଙ୍କ ସହ ଆଲୋଚନା କରିବେ ଏବଂ ଅପରାହ୍ନରେ କଟକ ବାଲିଯାତ୍ରା ପଡ଼ିଆରେ ବିଶାଳ ଜନସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । 

ରାହୁୁଲ ଗାନ୍ଧୀ ଆସନ୍ତା ୨୫ ତାରିଖ ଓଡିଶା ଗସ୍ତ ସାରିବା ପରେ ପୁଣି ଦୁଇ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି ।  ସୂଚନା ଅନୁଯାୟୀ, ଆସନ୍ତା ଫେବୃୟାରୀ ୫ ତାରିଖ ଏବଂ ୨୭ ତାରିଖରେ ସେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *