ଆଜି ପ୍ରଥମଥର ପାଇଁ ସଂସଦରେ କହିବେ ରାହୁଲ ଗାନ୍ଧୀ, ସତରେ କ’ଣ ଭୂକମ୍ପ ଆସିବ ?

ନୂଆଦିଲ୍ଲୀ, ୨୦/୦୭(ଗ୍ରାଉଣ୍ଡଜିରୋ ଲାଇଭ) : ଆଜି ମୋଦି ସରକାରଙ୍କ ପରୀକ୍ଷାର ଦିନ । ସଂସଦରେ ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଡିବେଟ ହେବ । ଏହି ଅବସରରେ ଅନ୍ୟ ଏକ ବଡ ବିଷୟ ହେଉଛି ରାହୁଲଙ୍କ ଭୂକମ୍ପ ପ୍ରସଙ୍ଗ । କାରଣ ମୋଦିଙ୍କୁ ଚ୍ୟାଲେଞ୍ଜ କରିବା ପରେ ପ୍ରଥମଥର ପାଇଁ ସଂସଦରେ ନିଜର ବକ୍ତବ୍ୟ ରଖିବେ ରାହୁଲ । ଆଜି ଏଥିପାଇଁ ରାହୁଲଙ୍କ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ କାରଣ ରାହୁଲ ନିଜେ ବାରମ୍ବାର କହି ଆସିଛନ୍ତି ଯେ , ଯଦି ସେ ସଂସଦରେ ୧୫ ମିନିଟ କହିବେ ତେବେ ଭୂକମ୍ପ ଆସିଯିବ ।
ଲୋକସଭାର ସ୍ପିକର ଆଜିର ବିତର୍କ ପାଇଁ କଂଗ୍ରେସକୁ ମୋଟ ୩୮ ମିନିଟ ସମୟ ଦେଇଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ୧୫ ମିନିଟ କହିବାର ସୁଯୋଗ ମିଳିବାର ସମ୍ଭାବନା ଅଧିକ । ଏଥିପାଇଁ ଆଜି ରାହୁଲଙ୍କ ବକ୍ତବ୍ୟ ପରେ ଭୂକମ୍ପ ଆସିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *