ବେରୋଜଗାରକୁ ନେଇ ନିତିନ ଗଡକରିଙ୍କୁ ପ୍ରଶ୍ନ କଲେ ରାହୁଲ ଗାନ୍ଧୀ

ମହାରାଷ୍ଟ୍ର,୦୬/୦୮(ଗ୍ରାଉଣ୍ଡଜିରୋ ଲାଇଭ) :
ହାରାଷ୍ଟ୍ରରେ ଆରକ୍ଷଣକୁ ନେଇ ମରାଠାମାନଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ମଧ୍ୟରେ ଚାଞ୍ଚଲ୍ୟକର ବୟାନ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରି  । ଗଡକରି କହିଛନ୍ତି ଯେ, “ଆରକ୍ଷଣ କଣ ହବ, ଚାକିରି ତ ନାହିଁ  ।” ଏହାକୁ ନେଇ ବିଜେପି ପୁଣିଥରେ ବିରୋଧିଙ୍କ ଟାର୍ଗେଟକୁ ଆସିଛି  । ଏହାକୁ ଟାର୍ଗେଟକରି ନିତିନ ଗଡକରିଙ୍କୁ ରାହୁଲ ଗାନ୍ଧୀ କହିଥିଲେ ଯେ, “ଆପଣ ସମ୍ପୂର୍ଣ୍ଣ ଠିକ ପ୍ରଶ୍ନ ପଚାରିଛନ୍ତି  । ପ୍ରତ୍ୟେକ ଭାରତୀୟ ଏହି ପ୍ରଶ୍ନ ପଚାରୁଛନ୍ତି – ଚାକିରି କେଉଁଠି ଅଛି  ?” ଶେଷରେ ଗଡକରିଙ୍କୁ ତାଙ୍କ ବୟାନକୁ ନେଇ ସଫେଇ ଦେବାକୁ ପଡିଛି । କିନ୍ତୁ ତା ପୂର୍ବରୁ ସମାଲୋଚନା କରିବା ପାଇଁ ବିରୋଧଙ୍କୁ ସୁଯୋଗ ମିଳିଯାଇଛି ।

Leave a Reply

Your email address will not be published. Required fields are marked *